Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୫ରେ ହରିୟାଣା ଭୋଟ୍,୮ରେ ଫଳ,ହ୍ୟାଟ୍ରିକ ଲକ୍ଷ୍ୟରେ ବିଜେପି,ପଛରେ କଂଗ୍ରେସ!

Sangram Tripathy
Browse all articles by Sangram Tripathy
·1 year ago·2 min read
୫ରେ ହରିୟାଣା ଭୋଟ୍,୮ରେ ଫଳ,ହ୍ୟାଟ୍ରିକ ଲକ୍ଷ୍ୟରେ ବିଜେପି,ପଛରେ କଂଗ୍ରେସ!

ଅର୍ଗସ ବ୍ୟୁରୋ:କମ୍ପିଛି ମଇଦାନ,ହରିୟାଣା ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର,ବିଜେପିର ଦମ୍ ଦେଖି ଚିନ୍ତାରେ ପଡିଛନ୍ତି ହାତ ନେତାଏ। ହରିୟାଣାର ୯୦ ବିଧାନସଭା ଆସନ ପାଇଁ  ଆସନ୍ତା ୫ ତାରିଖରେ ହେବ ମତଦାନ। ହାତରେ ଆଉ ଗୋଟିଏ ଦିନଥିବାବେଳେ ବଢିଛି ନେତାଙ୍କ ହାର୍ଟବିଟ୍ । ପୂର୍ବରୁ ୨୦୧୪ ଓ ୨୦୧୯ରେ ବିଜେପି ସରକାର କରିଥିଲା ବେଳେ ଚଳିତ ବର୍ଷ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ୨୦୨୯ରେ ମୋଟ ୯୦ ଆସନ ମଧ୍ୟରୁ ବିଜେପି ୪୦,କଂଗ୍ରେସ ୩୧,ଜେଜେପି ୧୦,ସ୍ବାଧିନ ୭,ଏଚଏଲପି ଗୋଟି ଆସନରେ ବିଜୟ ହାସଲ କରିଥିଲା,ବିଜେପି, ଜେଜେପି,ବିଜୟୀ ସ୍ବାଧିନ ପ୍ରାର୍ଥୀଙ୍କୁ ନେଇ ସରକାର ଗଢିଥିଲା ୨୦୧୯ରେ। ଡବଲ ଇଞ୍ଜିନ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଛି,ମୋଦିଙ୍କ ଲୋକଭିମୁଖି ଯୋଜନା ଲୋକେ ସୁଫଳ ପାଇଛନ୍ତି । ଫଳରେ ୨୦୨୪ ବିଧାନସଭା ନିର୍ବାଚନରେ ତୃତୀୟଥର ଲାଗି ବିଜେପି ଜନତାଙ୍କ ଆସ୍ଥା ଜିତି ସରକାର ଗଢିବ ବୋଲି ଦୃଢଉକ୍ତି ପ୍ରକାଶ କରିଛନ୍ତି ବିଜେପି ନେତାଏ । ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣାରେ ଆସି ଲଗାତର ପ୍ରଚାର ମଧ୍ୟ କରିଥିଲେ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁରୁକ୍ଷେତ୍ରରେ ବିଶାଳ ଜନସଭାରେ ଜନତାଙ୍କୁ  ସମ୍ବୋଧିତ କରି କହିଥିଲେ,ବିଜେପି ସରକାର ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ। ଯିଏ ଦୁର୍ନୀତି କରେ ତାକୁ ଦଣ୍ଡ ଦେବାରେ ହେଲା କରେ ନାହିଁ।ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଂଜିନ ସରକାର ହେବା ଉଚିତ, ତୃତୀୟ ଥର ହରିୟାଣାରେ ବିଜେପି ସରକାର କରିବ ବୋଲି ଦୃଢଉକ୍ତି ପ୍ରକାଶ କରିଛନ୍ତି ରାଜନାଥ। 

ହରିୟାଣାରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ମଧ୍ୟ ଚଳିତ ବର୍ଷ ନିର୍ବାଚନରେ ମତଦାନ ପାଇଁ ଉତତ୍ସାହିତ ଅଛନ୍ତି। ଗୁରୁଗ୍ରାମରେ ରହୁଥିବା ପ୍ରବାସୀ ଓଡ଼ିଆ ଲୋକ କହିଛନ୍ତି ଏଥର ସେମାନେ ଏମିତି ପ୍ରାର୍ଥୀଙ୍କୁ ଭୋଟ ଦେବେ ଯିଏ ତାଙ୍କ ସୁଖ ଦୁଃଖରେ ରହିବେ। ଚଳିତ ବର୍ଷ ଆମ ଆଦମୀ ପାର୍ଟି ମଧ୍ୟ ହରିୟାଣା ବିଧାନସଭାର ସମସ୍ତ ଆସନରେ ପାର୍ଥୀ ଦେଇଛି। ସେଥିପାଇଁ ଆପ୍ ମୁଖ୍ୟ କେଜ୍ରିୱାଲ ମଧ୍ୟ ବିଭିନ୍ନ ଜାଗାରେ ପ୍ରଚାର କରିଥିଲେ। ଚଳିତ ବର୍ଷ କିଛି ଆସନରେ ମଧ୍ୟ ସ୍ୱାଧୀନ ପାର୍ଥୀ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି। ଦିନକ ପରେ ହରିୟାଣାରେ ମତଦାନ। ସମସ୍ତ ରାଜନୈତିକ ଦଳଙ୍କ ଜୋରଦାର ପ୍ରଚାର ସତ୍ୱେ  ହରିୟାଣାରେ ଏଥର କିଏ ଜିତିବ ବାଜି,କିଏ ଗଢିବ ସରକାର, ଅକ୍ଟୋବେର ୮ କହିବ ହରିୟାଣା କାହାର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Haryana votes in 5, results in 8, BJP with hat-trick target, Congress behind! | Argus News