Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ହରିୟାଣାର ବିଶାଳ ଜନାଦେଶ: ମୋଦିଙ୍କ ଲୋକପ୍ରିୟତା ଆଗରେ ରାହୁଲ ଶେଷ

National

ହରିୟାଣାର ବିଶାଳ ଜନାଦେଶ: ମୋଦିଙ୍କ ଲୋକପ୍ରିୟତା ଆଗରେ ରାହୁଲ ଶେଷ

Ritu Das
Browse all articles by Ritu Das
·1 year ago·1 min read
ହରିୟାଣାର ବିଶାଳ ଜନାଦେଶ: ମୋଦିଙ୍କ ଲୋକପ୍ରିୟତା ଆଗରେ ରାହୁଲ ଶେଷ

ଅର୍ଗସ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ସାବ୍ୟସ୍ତ କଲା ମୋଦି ମ୍ୟାଜିକ୍। ଏକଜିଟ୍ ପୋଲ୍ ରିପୋର୍ଟକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କଲେ ହରିୟାଣା ଜନତା। କ୍ରମାଗତ ତୃତୀୟ ଥର ବମ୍ପର ବିଜୟ ସହ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କଲା ବିଜେପି। ଏଥିସହ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜାରି ରହିଛି ବିଜେପିର କମାଲ । ହରିୟାଣାରେ ଜାଟ୍-ନନ୍ ଜାଟ୍ ଫର୍ମୁଲା ଆପଣାଇ ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା ସଫଳ ସାବ୍ୟସ୍ତ ହୋଇଛି । ତେଣୁ ହରିୟାଣାରେ ଐତିହାସିକ ବାଜିମାତ୍ କରିଛି ବିଜେପି । 

ହରିୟାଣାରେ ବିଜେପିର ଏ ବିଜୟର ଗୁରୁତ୍ବ ଏଥିପାଇଁ ସବୁଠୁ ଅଧିକ କାରଣ ୨୦୧୪ରେ ମୋଦି ଲହର ବେଳେ ଯେତେବେଳେ ହରିୟାଣାରେ ୪୭ ସିଟ୍ ଜିତିଥିଲା ବିଜେପି ଏଥର ସେ ରେକର୍ଡ ବି ଭାଙ୍ଗିଛି । ପୁଣି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ ପ୍ରାୟ ବିଜେପି ଅଧା ସିଟ୍ ହାରିବା ପରେ ବି ବିଧାନସଭାରେ କରିଛି ଚମତ୍କାର ପ୍ରଦର୍ଶନ। ଗୋଟିଏ ପଟେ ମୋଦିଙ୍କ ଲୋକପ୍ରିୟତା, ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଅନ୍ୟପଟେ ନିର୍ବାଚନ ସମୟରେ ସଠିକ୍ ରଣନୀତି, ସଠିକ୍ ପରିଚାଳନା ହରିୟାଣାରେ ବିଜେପିକୁ ଦେଇଛି ବମ୍ପର ବିଜୟ। 

ହରିୟାଣାରେ ନିର୍ବାଚନରେ ବିଜେପିକୁ ଚିତ୍ କରିବା ପାଇଁ କେତେ ପ୍ରକାର ରଣନୀତି କରିଥିଲେ ବିରୋଧୀ। ମୋଦି ସରକାରକୁ ବଦନାମ କରିବାକୁ କରିଥିଲେ ଜୋରଦାର ପ୍ରୟାସ । କୃଷକ, ଅଗ୍ନିବୀର ପ୍ରସଙ୍ଗ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କୁ ଢାଲ କରି ରାହୁଲ ଗାନ୍ଧି ଯେଉଁ ଦଙ୍ଗଲ ରଚନା କରିଥିଲା ତାକୁ ମଧ୍ୟ ଚିତ୍ କରିଦେଇଛନ୍ତି ହରିୟାଣାବାସୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହରିୟାଣାରେ ଏବେ ବିଜୟ ଉତ୍ସବ ମନାଉଛନ୍ତି ବିଜେପି କର୍ମୀ। ତୃତୀୟ ପାଳିର ସରକାର ଗଠନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଏଥିସହ ଆଉ ମାସ କେଇଟା ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ହରିୟାଣା ବଡ଼ ବାର୍ତ୍ତା ଦେଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Haryana's huge | Argus News