Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବହୁମତର ପ୍ରମାଣ ଦେଲେ ସାଇନି

National

ବହୁମତର ପ୍ରମାଣ ଦେଲେ ସାଇନି

Smruti Parija
Browse all articles by Smruti Parija
·2 years ago
ବହୁମତର ପ୍ରମାଣ ଦେଲେ ସାଇନି

ଅର୍ଗସ ବ୍ୟୁରୋ:  ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବିଧାନସଭାରେ ବହୁମତର ପ୍ରମାଣ ଦେଇଛନ୍ତି । ତାଙ୍କୁ ୪୮ ବିଧାୟକଙ୍କ ସମର୍ଥନ ରହିଛି । ବିଧାନସଭାରେ ଜନନାୟକ ଜନତା ପାର୍ଟିର ୧୦ ବିଧାୟକ ଅନୁପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ବିପ୍ ଜାରି ହୋଇଥିଲା ।  ୯୦ ସଦସ୍ୟ ବିଶିଷ୍ଟ ହରିଆଣାରେ ବିଜେପିର ୪୦ ବିଧାୟକ ଅଛନ୍ତି । ବହୁମତର ପ୍ରମାଣ ପାଇଁ ଆଉ ୬ଜଣ ବିଧାୟକ ସମର୍ଥନ ଦରକାର ହେଉଥିଲା ।

ଆଜି ବିଧାନସଭାରେ ଭୋଟିଂ ବେଳେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କୁ ୪୮ ବିଧାୟକଙ୍କ ସମର୍ଥନ ମିଳିଥିଲା । ଗତକାଲି ଏକ ନାଟକୀୟ ଘଟଣା କ୍ରମରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଇସ୍ତଫା ଦେଇଥିଲେ । ଏହାପରେ ଅପରାହ୍ନରେ ନାୟବ ସି ସାଇନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Haryana's new Chief Minister gave proof of majority opinion-Saini got the support of 48 MLA | Argus News