Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆମେରିକା ଉପରେ ବଡ ଅଭିଯୋଗ ଆଣିଲେ ହାସିନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆମେରିକା ଉପରେ ବଡ ଅଭିଯୋଗ ଆଣିଲେ ହାସିନା

ଅର୍ଗସ ବ୍ୟୁରୋ:  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ଉପରେ ଆଣିଛନ୍ତି ବଡ ଅଭିଯୋଗ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ପାଇଁ ଏକ ଭାଷଣ ପ୍ରସ୍ତୁତ କରିଥିଲେ ଶେଖ ହସିନା। କିନ୍ତୁ ବିକ୍ଷୋଭକାରୀମାନେ ତାଙ୍କ ବାସଭବନ ଆଡ଼କୁ ମାଡ଼ି ଆସିବାରୁ ସେହି ଭାଷଣ ପଢ଼ିବାକୁ ଆଉ ସମୟ ପାଇ ନଥିଲେ ସେ। ବିପଦ ଥିବା ଦର୍ଶାଇ ତୁରନ୍ତ ଦେଶ ଛାଡ଼ିବାକୁ ଶେଖ ହସିନାଙ୍କୁ ପରାମର୍ଶ ଦେଇଥିଲେ ତାଙ୍କ ସୁରକ୍ଷା ଅଧିକାରୀମାନେ। ବାଂଲାଦେଶ ଛାଡ଼ି ଏବେ ଭାରତରେ ଅଛନ୍ତି ଶେଖ ହସିନା। 
ଏଭଳି ସମୟରେ କିଛି ଏପରି କହିଛନ୍ତି ହସିନା। ସେଣ୍ଟ ମାର୍ଟିନ ଦ୍ୱୀପ ନଦେବା କାରଣରୁ ଆମେରିକା ତାଙ୍କୁ କ୍ଷମତାରୁ ବହିଷ୍କୃତ କରିଛି ବୋଲି କହିଛନ୍ତି ଶେଖ ହସିନା । ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବଢିଯାଇଥାଆନ୍ତା। ମୁଁ କ୍ଷମତାରେ ରହିପାରିଥାଆନ୍ତି, ଯଦି ମୁଁ ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱ ତ୍ୟାଗ କରିଥାଆନ୍ତି ଏବଂ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବଜାୟ ରଖିବାକୁ ଦେଇଥାଆନ୍ତି। ମୁଁ ନିଜ ଦେଶର ଲୋକଙ୍କୁ ଅନୁରୋଧ କରୁଛି ଯେ, ଦୟାକରି ଉଗ୍ରପନ୍ଥୀଙ୍କ ପ୍ରଭାବରେ ପ୍ରଭାବିତ ନ ହୁଅନ୍ତୁ।

ଶେଖ ହସିନା ନିଜ ମେସେଜରେ ବାଂଲାଦେଶୀ ନାଗରିକମାନଙ୍କୁ ଉଗ୍ରପନ୍ଥୀଙ୍କ ଦ୍ୱାରା ପ୍ରଭାବିତ ନହେବା ପାଇଁ ଚେତାବନୀ ଦେଇଛନ୍ତି। ନିଜ ପାଖ ସହଯୋଗୀମାନଙ୍କ ମାଧ୍ୟମରେ ପଠାଯାଇଥିବା ଏବଂ ଇଟି ପାଇଁ ଉପଲବ୍ଧ ଏକ ମେସେଜରେ ଶେଖ ହସିନା କହିଛନ୍ତି ଯେ, ମୁଁ ଇସ୍ତଫା ଦେଇସାରିଛି, କାରଣ ମୋତେ ଶବମାନଙ୍କର କୋକେଇ ଦେଖିବାକୁ ନ ପଡୁ। ସେ ଛାତ୍ରମାନଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହା କରିବାକୁ ଦେଇନଥିଲି, ମୁଁ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛି।

ସେ ଆହୁରି କହିଥା’ନ୍ତେ, ଯଦି ମୁଁ ଦେଶରେ ରହେ, ତା’ହେଲେ ଆହୁରି ଅଧିକ ଲୋକଙ୍କ ଜୀବନ ଯିବ। ମୁଁ ନିଜେ ଓହରି ଯାଉଛି। ଆପଣମାନେ ମୋର ଶକ୍ତି। ଆପଣମାନେ ମୋତେ ଆବଶ୍ୟକ କରୁ ନାହାନ୍ତି। ତେଣୁ ମୁଁ ଚାଲି ଯାଉଛି। ସେହିଭଳି ନିଜ ଦଳ ଆୱାମୀ ଲିଗ୍‌ର ନେତା ଓ କର୍ମୀଙ୍କୁ ସେ କହିଛନ୍ତି, ଆୱାମୀ ଲିଗ୍ ସବୁବେଳେ ସଶକ୍ତ ହୋଇ ପ୍ରତ୍ୟାବର୍ତ୍ତନ କରିଛି। ଆପଣମାନେ ଆଶା ଛାଡ଼ନ୍ତୁ ନାହିଁ। ମୁଁ ଖୁବ୍‌ଶୀଘ୍ର ଫେରିବି। ମୁଁ ହାରି ଯାଇଛି, କିନ୍ତୁ ବାଂଲାଦେଶର ଲୋକେ ଜିତିଛନ୍ତି। ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କ ପାଇଁ ମୋ ବାପା ଓ ମୋ ପରିବାର ଲୋକେ ମରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Hasina made a big complaint against America | Argus News