ହାଥରସରେ ଭୟଙ୍କର ଦୁର୍ଘଟଣା, ୧୫ ଜଣଙ୍କ ଜୀବନ
·2 years ago·1 min read

ଅର୍ଗସ ବ୍ୟୁରୋ: ୟୁପି ହାଥରସରେ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି 15 ଜଣଙ୍କ ଜୀବନ। ମୃତକଙ୍କ ଭିତରେ 7 ପୁରୁଷ ଓ 4 ମହିଳା ରହିଥିବା ବେଳେ 4 ଜଣ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏକ ଭୋଜି ଖାଇ ସେୱାଲ ଗାଁରୁ ଫେରୁଥିବା ବେଳେ ବାଇପାସରେ ଯାତ୍ରୀଙ୍କୁ ନେଇ ଆସୁଥିବା ବସଟି ଏକ ମିନି ଟ୍ରକକୁ ଧକ୍କା ଦେଇଥିଲା। ଓଭର ଟେକ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପିଟି ହୋଇଯାଇଥିଲା ବସ୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମନି ଟ୍ରକଟି ପୁରା ନଷ୍ଟ ହୋଇଯାଇଛି। ତେବେ ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: