Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତୁମ ମା'ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା କଥା କଣ ଭୁଲିଗଲ: ବିଲାୱାଲଙ୍କ ଉପରେ ବର୍ଷିଲେ ଓୱେସି

National

ତୁମ ମା'ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା କଥା କଣ ଭୁଲିଗଲ: ବିଲାୱାଲଙ୍କ ଉପରେ ବର୍ଷିଲେ ଓୱେସି

Ritu Das
Browse all articles by Ritu Das
·1 year ago·2 min read
ତୁମ ମା'ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା କଥା କଣ ଭୁଲିଗଲ: ବିଲାୱାଲଙ୍କ ଉପରେ ବର୍ଷିଲେ ଓୱେସି

ପହଲଗାମ ହମ୍‌ଲା ପରେ ଦେଶ ଏକାଠି। ସରକାରଙ୍କ ସହ ସ୍ୱର ମିଳାଇଛନ୍ତି ବିରୋଧୀ। ଏଭଳି ସ୍ଥିତିରେ ପ୍ରତିଶୋଧ ନେବାକୁ ଦେଶ ପ୍ରସ୍ତୁତ। ତେବେ ବିଲଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ "ରକ୍ତ ବହିଯିବ" ମନ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି AIMIM ସାଂସଦ ଅସଦୁଦ୍ଦିନ ଓୱେସି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ସ୍ଥିତ ସଭାରେ ଓୱେସି କହିଛନ୍ତି "ପିଲାଳିଆମି କଥା କୁହନ୍ତୁ ନାହିଁ। ସେଦିନ କଣ ଭୁଲିଗଲ? ଯେବେ ତୁମ ମାଆଙ୍କୁ ତାଙ୍କ ଘରୋଇ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ସେ କ'ଣ କହୁଛନ୍ତି ତାହା ସେ ଜାଣନ୍ତି କି? ପହଲଗାମ୍‌ ହମ୍‌ଲା ପରେ କଡ଼ା ଆକ୍ସନ ନେଉଛି ଭାରତ। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନୃଶଂସ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ପାଞ୍ଚ ବଡ଼ ଆକ୍ସନ ନେଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶେଷ କରି ସିନ୍ଧୁଜଳ ଚୁକ୍ତି ସ୍ଥଗିତା ରହିବା ଭାରତର ନିଷ୍ପତ୍ତିରେ ପାକିସ୍ତାନ ବିଳିବିଳେଇ ଉଠିଛି। ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ ଧମକ ଦେଇଥିଲେ ଯେ, ଯଦି ପାଣି ଅଟକାଯାଏ ତେବେ ରକ୍ତର ନଦୀ ବହିବ। ଭାରତର ଆକ୍ସନ ପରେ ଏହି ଧମକ ଦେଇଥିଲେ ବିଲାଓ୍ଵଲ ଭୁଟ୍ଟୋ। ଶୁକ୍ରବାର ନିଜର ଗୃହ ରାଜ୍ୟ ସିନ୍ଧର ସୁକ୍କୁର ଅଞ୍ଚଳରେ ଏକ ସାର୍ବଜନୀନ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ସିନ୍ଧୁ ଆମର ନଦୀ ଏବଂ ଆମର ହୋଇ ରହିବ। ନଦୀରେ ପାଣି ବହିବ ନଚେତ୍ ସେମାନଙ୍କର ରକ୍ତ ବହିବ। ଏହାକୁ କଡ଼ା ଭାଷାରେ ନିନ୍ଦା କରି ବିଲାଓ୍ଵଲଙ୍କୁ ନିଜ ମାଆଙ୍କ ହତ୍ୟା କଥା ମନେ ପକାଇଦେଇଛନ୍ତି ଓୱେସି।

Sponsored
have-you-forgotten-that-your-mother-was-killed-by-terrorists-owaisi-lashes-out-at-bilawal | Argus News