|
logo
Live

Argus News - ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ 

National

ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ 

ନୂଆଦିଲ୍ଲୀ:  ଆଜି ବ୍ରିଟେନ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ । ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦ ପାଇଁ ନେତା ବାଛିବେ ବ୍ରିଟିଶବାସୀ । ବର୍ତ୍ତମାନ ବ୍ରିଟେନରେ କଞ୍ଜରଭେଟିଭ ପାର୍ଟି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ରହିଛି ଲେବର ପାର୍ଟି । ଅନ୍ୟ କିଛି ଛୋଟ ଛୋଟ ଦଳଗୁଡିକ ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ଏଥର ପୁଣିଥରେ କଣ କ୍ଷମତା ବଜାୟ ରଖିପାରିବେ ସୁନକ ନା ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟିକୁ ମିଳିବ ବହୁମତ ?

ଏହାକୁ ନେଇ କଳ୍ପନଜଳ୍ପନା ଜାରି ରହିଛି । ଗତ ୧୪ ବର୍ଷରେ କଞ୍ଜରଭେଟିଭ ପାର୍ଟି ୫ ଭିନ୍ନ ପ୍ରଧାନମନ୍ତ୍ରୀ ଅଧିନରେ କ୍ଷମତାରେ ରହିଆସିଛି । ବ୍ରିଟେନର 'ଫାଷ୍ଟ ପାଷ୍ଟ ଦ ପୋଷ୍ଟ' ନିର୍ବାଚନ ପ୍ରଣାଳୀ ଅଧିନରେ କଞ୍ଜରଭେଟିଭ ଏବଂ ଲେବର ପାର୍ଟି ପାରମ୍ପରିକ ପ୍ରତିଦ୍ବନ୍ଦୀ ରୂପେ ବ୍ରିଟିଶ ରାଜନୀତିକୁ ନିୟନ୍ତ୍ରଣ କରିଆସିଛନ୍ତି । ଦୁଇ ପାରମ୍ପରିକ ଦଳ ବ୍ୟତୀତ ଲିବେରାଲ ଡେମୋକ୍ରାଟ୍ସ, ରିଫର୍ମ ୟୁକେ, ଦ ସ୍କଟିସ୍ ନ୍ୟାସନାଲ ପାର୍ଟି ଏବଂ ଦ ଗ୍ରୀନ୍ସ ଭଳି କେତେକ ପାର୍ଟି ଚଳିତ ନିର୍ବାଚନରେ ଟକ୍କର ଦେଉଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ  | Argus News