Videos
|
National

ବିନା ମେସିନରେ ପାହାଡ଼କୁ କାଟି ରାସ୍ତା କରିଥିଲେ

Ritu Das
Browse all articles by Ritu Das
·2 years ago·2 min read
ବିନା ମେସିନରେ ପାହାଡ଼କୁ କାଟି ରାସ୍ତା କରିଥିଲେ

ଅର୍ଗସ ବ୍ୟୁରୋ: ମାଉଣ୍ଟେନ ମ୍ୟାନ ଦଶରଥ ମାଝୀ ନାଁ ଆପଣ ନିଶ୍ଚୟ ଶୁଣିଥିବେ। ପାହାଡ଼ ସହ ଅଭିମାନ କରି ସେ ବିନା କୌଣସି ମେସିନରେ ପାହାଡ଼କୁ ଦୁଇ ଭାଗ କରି ରାସ୍ତା ତିଆରି କରିଥିଲେ। କୋଉ ପାଦ ଚଲା ରାସ୍ତା ନୁହଁ ବେଶ୍ ସୁରୁଖୁରୁରେ ଯାଇ ଆସିପାରୁଥିବା ରାସ୍ତାଟେ ନିର୍ମାଣ କରିଛନ୍ତି। ଆପଣ ଭାବୁଥିବେ ଏମିତି କଣ ସତରେ। କାହିଁକି ଜଣେ ଏମିତି କରିବ। ଆଜ୍ଞା ହଁ ଡାକ୍ତରଖାନାକୁ ଯିବାକୁ ରାସ୍ତା ଖଣ୍ଡେ ନଥାଏ। ନିଜ ସ୍ତ୍ରୀ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଥିବାର ଦୁଃଖ ସେ ସହି ପାରି ନ ଥିଲେ। ତିଆରି କଲେ ରାସ୍ତା, ଇତିହାସରେ ଲେଖିଦେଲେ ନିଜ ନାଁ ଆଉ ବନିଗଲେ ମାଉଣ୍ଟେନ ମ୍ୟାନ୍। ଏଭଳି ବୀରତ୍ୱର କାର୍ଯ୍ୟ କରିଥିଲେ  ବିହାରର ଗେହଲର ଗାଁର ଜଣେ ଗରିବ ପରିବାରର ବ୍ୟକ୍ତି ଦଶରଥ ମାଝୀ।

କିନ୍ତୁ ଦୁଃଖର ବିଷୟ ଯେ ଏଯାଏ ସେ ପରିବାର ପାଖରେ ରହିବାକୁ ଭଲ ଘର ଖଣ୍ଡେ ନାହିଁ ଖାଇବାକୁ ଦିଓଳି ଦି ମୁଠା ଦାନା ନାହିଁ। ଆଉ ଆଜିର ବିକଶିତ ସମାଜରେ ଆଜିବି ସେ ପରିବାର ସେମିତି ଗରିବ ସୀମାରେଖା ତଳେ ରହି ଯାଇଛି। 

ଏ ଭଳି ଏକ ସତ ଘଟଣାକୁ କାହାଣୀର ରୂପ ଦେବାକୁ ବଲିଉଡ  ଫିଲ୍ମ ନିର୍ଦ୍ଦେଶକ ଏକ ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମର ନାମ ହେଲା ମାଝୀ: ଦ ମାଉଣ୍ଟେନ ମ୍ୟାନ। ଫିଲ୍ମଟି ଅନେକ ସଫଳତା ପାଇଛି। ଏହି ଫିଲ୍ମରେ ୮କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରିଲିଜ ପରେ ଏହି ଫିଲ୍ମ ୧୮ କୋଟି ଟଙ୍କା ବକ୍ସ ଅଫିସ କଲେକ୍ସନ କରିଥିଲା। ଫିଲ୍ମ ଡାଇରେକ୍ଟର ପରିବାରକୁ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ମାଝୀଙ୍କ ପରିବାରକୁ ଏଥିରୁ କୌଣସି ଅର୍ଥ ମିଳିନାହିଁ। 
ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ଭାଗୀରଥ ମାଝୀ। ସେ କହିଛନ୍ତି - “ମୋ ବାପାଙ୍କ ଜୀବନକୁ ନେଇ ଅନେକ ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ନିର୍ମିତ ହୋଇଥିଲା। ଆମକୁ କହିଥିଲେ ଯେ, ଫିଲ୍ମ କଲେକ୍ସନର ୨ ପ୍ରତିଶତ ପଇସା ଦିଆଯିବ ବୋଲି ଆମକୁ କହିଥିଲେ। କିନ୍ତୁ ଏଯାଏ ଫିଲ୍ମ ମେକର ଆମକୁ କୌଣସି ପଇସା ଦେଇ ନାହାନ୍ତି। ଆମର ଜୀବନ ଅବସ୍ଥା ଟିକିଏ ସୁଧୁରି ନାହିଁ। ଆମେ ସେଠାରେ ରହିଛୁ ଯେଉଁଠାରେ ଆମେ ଚାରି ଦଶନ୍ଧି ପୂର୍ବରୁ ରହିଥିଲୁ। ସେଇ ଝାଟିମାଟି କାଦୁଅ ଘରେ ଏବେବି ନଅ ଜଣ ସଦସ୍ୟ ରହୁଛନ୍ତି । 

ଆମୀର ଖାନ ମଧ୍ୟ ତାଙ୍କର ଲୋକପ୍ରିୟ ଟିଭି ଶୋ “ସତ୍ୟମେବ ଜୟତେ: ସିଜିନ୍-୨” ରେ ଦଶରଥଙ୍କ କାହାଣୀ ଦର୍ଶାଇ ଥିଲେ । ଏହି ଶୋ ମଧ୍ୟ ଏକ ବଡ ହିଟ୍ ହୋଇଗଲା। “କିନ୍ତୁ ଏମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର

He cut the hills | Argus News