Videos
|
National

ପଥର ଭାବି ପୂଜାର୍ଚ୍ଚାନ କରୁଥିଲେ କିନ୍ତୁ ବାହାରିଲା ଡାଇନୋସର ଅଣ୍ଡା

Ritu Das
Browse all articles by Ritu Das
·2 years ago·1 min read
ପଥର ଭାବି ପୂଜାର୍ଚ୍ଚାନ କରୁଥିଲେ କିନ୍ତୁ ବାହାରିଲା ଡାଇନୋସର ଅଣ୍ଡା

ଅର୍ଗସ ବ୍ୟୁରୋ: ଏକ ଆଶ୍ଜର୍ଯ୍ୟ କରିଲା ଭଳି ଖବର ଯାହା ଆପଣ ବି ଶୁଣିଲେ ବିଶ୍ବାସ କରିପାରିବେନି। କିନ୍ତୁ ଏହା ଏକଦମ ସତ। ମଧ୍ୟପ୍ରଦେଶର ଧାର ଜିଲ୍ଲାର ପାଡ଼ାଲିଆ ଗାଁରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଗାଁ ଲୋକେ ବହୁବର୍ଷ ହେବ ଏକ ପଥରକୁ ନିଜ କୂଳଦେବତା ଭାବେ ପୂଜା କରି ଆସୁଥିଲେ। ତାହା କୋଟି କୋଟି ବର୍ଷ ପୂର୍ବରୁ ଡାଇନୋସର ଯୁଗର ବୋଲି ଜଣାପଡ଼ିଛି ଓ ଏଠାରେ ପ୍ରାୟ ୬.୫ କୋଟି ବର୍ଷ ପୂର୍ବରୁ ଡାଇନୋସର ଅଞ୍ଚଳ ଥିଲା। ତେବେ ଏହି ଘଟଣା ପରେ ପ୍ରଶାସନ ସକ୍ରିୟ ହୋଇ ଅଣ୍ଡାର ଯାଞ୍ଚ କରୁଛି।

ସ୍ଥାନୀୟ ଡାଇନୋସର ବିଶେଷଜ୍ଞ ବିଶାଳ ବର୍ମା କହିଛନ୍ତି କିଛି ଦିନ ପୂର୍ବରୁ ତିନିଜଣ ବୈଜ୍ଞାନିକଙ୍କ ଓ୍ବାର୍କସପ ଆୟୋଜିତ ହୋଇଥିଲା। ଏହି ଓ୍ବାର୍କସପରେ ବୈଜ୍ଞାନିକ ଡକ୍ଟର ମହେଶ ଠକ୍କର, ଡକ୍ଟର ବିବେକ ଭି.କପୁର, ଡ. ଶିଳ୍ପା ଯୋଗ ଦେଇଥିଲେ। ଏହି ସମସ୍ତେ ମାଣ୍ଡୁ ସ୍ଥିତ ଡାଇନୋସର ଫୋସିଲ୍ସ ପାର୍କର ବିକାଶ କାର୍ଯ୍ୟର ତଦାରଖ କରିବା ପାଇଁ ଆସିଥିଲେ। 

ଏହି ସମୟରେ ବୈଜ୍ଞାନିକମାନେ ଦେଖିଥିଲେ ଯେ, ଗାଁ ଲୋକ ପ୍ରାୟ ୧୮ ସେଣ୍ଟିମିଟର ବ୍ୟାସର ଗୋଲ ପଥର ପୂଜା କରନ୍ତି। ଜଣେ ଗ୍ରାମବାସୀଙ୍କ କହିବା ଅନୁସାରେ, ଗୋଲ ପଥରରେ ତାଙ୍କର କାକର ଭୈରବ ବାସ କରନ୍ତି। ଏହି ଦେବତା ପୁରା ଗାଁ ଉପରେ କୌଣସି ସଙ୍କଟ ଆଣିବାକୁ ଦେବେନି
ଲକ୍ଷ୍ନୌରୁ ଆସିଥିବା ବୈଜ୍ଞାନିକଙ୍କ ଟିମ ଯେତେବେଳେ ଯାଞ୍ଚ କରିଥିଲେ ଜାଣିବାକୁ ପାଇଥିଲେ ଗୋଲ ପଥର ଆକୃତିର ପଥର କୌଣସି ଭଗବାନ ନୁହେଁ ବରଂ ଡାଇନୋସରର ଅଣ୍ଡା। ଏହାକୁ ଗାଁ ଲୋକ ଦେବତା ବୋଲି ଭାବି ପୂଜା କରୁଥିଲେ। ବିଶେଷଜ୍ଞଙ୍କ ମତରେ ନର୍ମଦ୍ଦା ଘାଟି ଅଞ୍ଚଳରେ ଡାଇନୋସରର ଜୀବାଶ୍ବ ବିଭିନ୍ନ ସ୍ଥାନରେ ଦବି ହୋଇ ରହିଛି। ମାଣ୍ଡୁରେ ଏହି ଉଦ୍ଦେଶ୍ୟରେ ପାର୍କ ତିଆରି କରାଯାଉଛି, ଯାହାଫଳରେ ଜୀବଶ୍ମକୁ ସଂରକ୍ଷଣ କରିହେବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: