Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପରିବାର ସହ ଜନ୍ମଦିନ ପାଳିବାକୁ ଯାଇଥିଲେ ଆଉ ଶେଷରେ ଶବ ହୋଇ ଫେରିଲେ

Ritu Das
Browse all articles by Ritu Das
·1 year ago·2 min read
ପରିବାର ସହ ଜନ୍ମଦିନ ପାଳିବାକୁ ଯାଇଥିଲେ ଆଉ ଶେଷରେ ଶବ ହୋଇ ଫେରିଲେ

ଆଖିରୁ ଲୁହ ଶୁଖୁନି। ଛାତିରୁ କୋହ ଥମୁନି। ଏସବୁ କଣ ହୋଇଗଲା। ଭାରତର ଭୂ-ସ୍ବର୍ଗ କେମିତି ନିରୀହ ମଣିଷଙ୍କ ପାଇଁ ନର୍କ ପାଲଟିଗଲା। ଦୁଇ ଦିନ ହେଲା ଆତଙ୍କୀ ଆକ୍ରମଣର ସେହି ଭିଜୁଆଲ ଗୁଡ଼ିକ ଦେଖିଲେ ଛାତି ଯେମିତି ବିଦାରି ହୋଇ ପଡ଼ୁଛି। ସ୍ବୃତି ସାଉଣ୍ଟିବାକୁ ଯାଇଥିଲେ ସେମାନେ କଣ ଜାଣିଥିଲେ ଏମିତି ଖବରର ଶିରୋନାମା ପାଲଟିବେ। କାଶ୍ମୀରର ପହଲଗାମ ଅଭୁଲା ଜଖମ ଦେଇଗଲା। ଆତଙ୍କୀ ଆକ୍ରମଣରେ ୨୬ଜଣ ନିରୀହ ହିନ୍ଦୁ ପ୍ରାଣ ହରାଇଲେ। କିଏ ସ୍ବାମୀ ହରାଇଛି ତ ଆଉ କିଏ ନିଜ ବାପାକୁ ହରାଇଛି ନିଜ ଆଖି ସାମ୍ନାରେ। କାହାର ହନିମୁନ ହୋଇଗଲା ଶେଷ ଯାତ୍ରା ତ ଆଉ କିଏ ଯାଇଥିଲା ପରିବାର ସହ ଖୁସିରେ ନିଜ ଜନ୍ମଦିନକୁ ଧୁମଧାମରେ ପାଳିବାକୁ କିନ୍ତୁ ସୁନ୍ଦରୀ କାଶ୍ମୀର ଯେମିତି ସେମାନଙ୍କ ଖୁସିରେ ନଜର ଲଗାଇଦେଲା। ଆଉ ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଗଲା ନିରୀହ ଜୀବନ।


ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ଏବଂ ସମସ୍ତେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାକୁ ଦାବି କରୁଛନ୍ତି। ପହଲଗାମର ବୈସାରନ ଉପତ୍ୟକାକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ସେମାନଙ୍କ ନା ଏବଂ ଧର୍ମ ପଚାରି ହତ୍ୟା କରିଥିଲେ। ଏପର୍ଯ୍ୟନ୍ତ ମୋଟ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ କୁହାଯାଉଥିବା ବେଳେ ମୃତକଙ୍କ ବିଭିନ୍ନ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସୁଛି। ଏବେ ମୃତକଙ୍କ ମଧ୍ୟରେ ଥିବା ଶୈଳେଶ କଲଠିଆଙ୍କ କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣିଛି। ମଙ୍ଗଳବାର ଜନ୍ମଦିନ ଥିବାରୁ ସେ ନିଜ ପୁଅ-ଝିଅ ଓ ପତ୍ନୀଙ୍କୁ ନେଇ ପହଲଗାମ୍ ବୁଲିବାକୁ ଯାଇଥିଲେ। ହେଲେ ଏହା ତାଙ୍କର ଶେଷ ଦିନ ହେବ ବୋଲି ତାଙ୍କୁ ଜଣାନଥିଲା। ଶୈଳେଶ ଅମରୋଲିର ବାସିନ୍ଦା ଥିଲେ ଏବଂ ତାଙ୍କ ପରିବାର ସୁରଟରେ ରହୁଥିଲେ। ବ୍ୟାଙ୍କ ଚାକିରି ଯୋଗୁଁ ଗତ ଗୋଟିଏ ବର୍ଷ ଧରି ଶୈଳେଶ ମୁମ୍ବାଇରେ ରହୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୪୪ ବର୍ଷୀୟ ଶୈଳେଶ ତାଙ୍କ ପତ୍ନୀ ଶୀତଲ, ଝିଅ ନୀତି ଏବଂ ପୁଅ ନକ୍ଷତ୍ରଙ୍କ ସହିତ ମୁମ୍ବାଇରୁ କାଶ୍ମୀର ଯାଇଥିଲେ। କିନ୍ତୁ ମଙ୍ଗଳବାର ଦିନ, ପହଲଗାମରେ ବୁଲିବା ସମୟରେ, ଏପରି କିଛି ଘଟିଥିଲା ଯାହା ଏହି ପରିବାରର ଖୁସିକୁ ଛଡ଼ାଇ ନେଇଥିଲା। ଯେତେବେଳେ ସେ ପହଲଗାମରେ ଘୋଡା ଚଢ଼ି ଏହାର ମଜା ନେଉଥିଲେ, ସେତେବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ​​ଏବଂ ଶୈଳେଶ ଏଥିରେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ତାଙ୍କ ସ୍ତ୍ରୀ ଓ ଝିଅ ସୁରକ୍ଷିତ ଥିବା ଜଣାଯାଇଛି।

Sponsored
he-went-to-celebrate-his-birthday-with-his-family-and-ended-up-returning-as-a-corpse | Argus News