Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଉ କିଛି ସମୟର ଅପେକ୍ଷା: ବାରଣାସୀକୁ ମିଳିବ ବଡ଼ ଉପହାର 

National

ଆଉ କିଛି ସମୟର ଅପେକ୍ଷା: ବାରଣାସୀକୁ ମିଳିବ ବଡ଼ ଉପହାର 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଉ କିଛି ସମୟର ଅପେକ୍ଷା: ବାରଣାସୀକୁ ମିଳିବ ବଡ଼ ଉପହାର 

ନୂଆଦିଲ୍ଲୀ: ବାରଣାସୀକୁ ମିଳିବ ବଡ଼ ଉପହାର । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ୬ ହଜାର ୧ ଶହ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ।  ପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମଧ୍ୟ ଉଦ୍‌ଘାଟନ କରିବେ। ଖେଲୋ ଇଣ୍ଡିଆ ଓ ସ୍ମାର୍ଟ ସିଟି ମିଶନ ଅଧୀନରେ ୨୧୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାରାଣସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପୁନର୍ବିକାଶର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏହାପରେ ଅପରାହ୍ନରେ ବାରାଣସୀର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ ।  

୨ ହଜାର ୮ ଶହ ୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ବାରାଣସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ସମ୍ପ୍ରସାରଣ ପ୍ରୋଜେକ୍ଟ ସହ ଏକ ନୂତନ ଟର୍ମିନାଲ ଭବନର ଶିଳାନ୍ୟାସ କରିବେ ମୋଦି । ଏହାସହିତ ୫୭୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଆଗ୍ରା ବିମାନବନ୍ଦର, ୯୧୦ କୋଟି ଟଙ୍କାର ବ୍ୟୟରେ ଦରଭଙ୍ଗା ବିମାନବନ୍ଦର ଏବଂ ୧୫୫୦ କୋଟି ଟଙ୍କ ବ୍ୟୟରେ ବାଗଡୋଗରା ବିମାନବନ୍ଦରରେ ନିର୍ମିତ ହେବାକୁ ଥିବା ନୂତନ ସିଭିଲ୍ ଏନକ୍ଲେଭ୍ର ମଧ୍ୟ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । 
ଅଧିକ ପଢନ୍ତୁ ଭାରତ ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi in Varanasi today to unveil ₹6,100 crore Diwali gift, inaugurate multiple projects | Argus News