ଶସ୍ତା ଆଇଫୋନରେ ଫଟୋ ଉଠାଇ ଜିତିଲେ ବିଶ୍ବର ହୃଦୟ

ଅର୍ଗସ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ଫଟୋ ପ୍ରେମରେ ପଡ଼ିଛନ୍ତି ଯୁବପିଢ଼ି। ବସଷ୍ଟାଣ୍ଡରୁ ଆରମ୍ଭ କରି ପାର୍କ ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଫଟୋ ଉଠାଇବା ଏକ ନିଶା ହୋଇଗଲାଣି। କିନ୍ତୁ ଜୀବନର ଧାଁ ଦୌଡ଼ ଭିତରେ କେତେବେଳେ ମୋବାଇଲରେ ଅଜଣା ଫଟୋ କ୍ଲିକ ହୋଇଯାଏ ଆଉ ତା' ପୁଣି ବିଶ୍ବରେ ଭାରତକୁ ଚର୍ଚ୍ଚାକୁ ଆଣେ। ଏହି ଚର୍ଚ୍ଚା ପଛର କାରଣ ଅଜଣା ଫଟୋରେ ଥିବା ସାଧାରଣ ମଣିଷର ନିତିଦିନ ସଂଘର୍ଷର ବାସ୍ତବ ପ୍ରତିଛବି ସେହି ଅଜଣା ଫଟୋଟି ଯେମିତି ନ କହି ନ କହି ଅନେକ କିଛି କହିଦିଏ।
ଆଜି ଚାଲନ୍ତୁ ଫଟୋକୁ ନେଇ ଏକ ଇଣ୍ଟେରେଷ୍ଟିଙ୍ଗ କଥା ଜଣାଇବୁ। iphoneରେ ଉଠିଥିବା ଫଟୋ ଏବେ ଚର୍ଚ୍ଚାରେ।
ଆପଲ ଆଇଫୋନ କିଣିବାକୁ ପ୍ରାୟତଃ ସମସ୍ତଙ୍କର ଏକ ଡ୍ରିମ ଥାଏ। କାରଣ iphone ଅତ୍ୟଧିକ ମହଙ୍ଗା ହୋଇଥିବାବେଳେ ପ୍ରାୟ ଯୁବବର୍ଗ କିଣି ପାରନ୍ତିନି। ଆଉ ଆପଲ iphoneରେ ଫଟୋର କ୍ବାଲିଟି ଭଲ ହୋଇଥାଏ। ତେବେ ଆଜି ଆମେ ଆପଲ iphone ବିଷୟରେ ଚର୍ଚ୍ଚା କରିବାର କାରଣ ରହିଛି।
ଗତ ୧୭ ବର୍ଷ ହେଲା ଆଇଫୋନ ଫଟୋଗ୍ରାଫି ପୁରସ୍କାର (IPPAwards) ସାରା ବିଶ୍ବରେ ଆଇଫୋନରେ ଲୋକମାନେ ଉଠାଇଥିବା ଫଟୋଗ୍ରାଫରୁ କିଛି ବେଷ୍ଟ ଫଟୋକୁ ମାନ୍ୟତା ଦିଆଯାଇଛି। ଆଉ ଏହି ବେଷ୍ଟ ଫଟୋ ଭାରତରୁ ହିଁ ଉଠାଯାଇଛି। ଜଣେ ଭାରତୀୟ ଫଟୋଗ୍ରାଫର ଏହି ପୁରସ୍କାର ଜିତିଛନ୍ତି। ଭାରତୀୟ ଫଟୋଗ୍ରାଫର ଜଣକ ପୋର୍ଟରେଟ କ୍ଲାସରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।
📱 Get Argus News App
✨ଆୟୋଜକ ମାନେ କହିଛନ୍ତି iphone ପକ୍ଷରୁ ୧୭ତମ ଆଇଫୋନ ଫଟୋଗ୍ରାଫି ବାର୍ଷିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଜେତାମାନଙ୍କର ନାଁ ଘୋଷଣା କରିବାକୁ ଭଲ ଲାଗିଥିଲା। କାରଣ ସବୁ ଫଟୋ ଗୁଡ଼ିକ ମଧ୍ୟରୁ ଗୋଟିଏ ଫଟୋ ସମସ୍ତଙ୍କ ହୃଦୟକୁ ବେଶ ଛୁଇଁଥିଲା। କାରଣ ଫଟୋଟି ଥିଲା ଅତ୍ୟନ୍ତ ଜୀବନ୍ତ।
ତେବେ ଭାରତର କେଉଁ ଫଟୋଟି iphone ସଂସ୍ଥାର ହୃଦୟ ଜିତିଥିଲା ଚାଲନ୍ତୁ ଜାଣିବା।
ଫଟୋର ଶୀର୍ଷକ ଥିଲା `ଗଦିର ବାଳକ ଏବଂ ତାର ଛେଳି'। ହିମାଚଳ ପ୍ରଦେଶ ବୁରଓ୍ବାର ମାନୁଷ କଲଓ୍ବାରୀ ତାଙ୍କ ଆଇଫୋନରୁ ଏହି ଫଟୋଟି ବହୁତ କାଜୁଆଲି ଉଠାଇଥିଲେ। ଯାହାକି ଆପଲ ପକ୍ଷରୁ ଭାରତକୁ ବିକ୍ରି ହେଉଥିବା ସବୁଠୁ ଶସ୍ତା iphone. ଏହାବ୍ୟତୀତ ଏହି ଫୋନକୁ ୨୦୨୨ ମସିହା ପରଠୁ କୌଣସି ଅପଗ୍ରେଡ ମିଳିନି। ଆଉ ଏହି ଫୋନର କ୍ୟାମେରାରେ କୌଣସି ସ୍ମାର୍ଟ ଚିପ ନାହିଁ।
କଲଓ୍ବାରୀ କିନ୍ତୁ ତାଙ୍କର ସବୁଠୁ ଶସ୍ତା ଫୋନରେ ଫଟୋ ଉଠାଇ ସମଗ୍ର ବିଶ୍ବରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଯାହାକି ଅତ୍ୟନ୍ତ ଗର୍ବର ବିଷୟ। ଏହି ପ୍ରତିଯୋଗିତା ୧୫ଟି ଶ୍ରେଣୀରେ ହୋଇଥିଲା। ହିମାଚଳ ପ୍ରଦେଶର ମାନୁଷ କଲଓ୍ବାରୀ ବେଷ୍ଟ ଫଟୋଗ୍ରାଫର ପୁରସ୍କାର ଜିତିଛନ୍ତି। କଲଓ୍ବାରୀଙ୍କ ଲ୍ୟାଣ୍ଡସ୍କେପ ମୋଡ ଫଟୋ ସମସ୍ତଙ୍କୁ ଭଲ ଲାଗିଥିଲା। ତାଙ୍କର ସେହି ସିମ୍ପଲ ଫଟୋ ୧୪୦ ଦେଶର ଫଟୋଗ୍ରାଫିକୁ ମାତ ଦେଇଥିଲା। ଅନ୍ୟମାନେ ପୁରସ୍କାର ଜିତିଛନ୍ତି କିନ୍ତୁ ବେଷ୍ଟ ଗ୍ୟାଜେଟର ଫୋନ ବ୍ୟବହାର କରିଥିଲେ।
କଲଓ୍ବାରିଙ୍କ ବିଜୟ ସାରାଦେଶକୁ ଗର୍ବିତ କରିଛି। ଆଉ ସାରା ଦୁନିଆକୁ ସେ ଗୋଟେ ମେସେଜ ଦେଇଛନ୍ତି ଯେ କୌଣସି ଫୋନ ଛୋଟ କିମ୍ବା ବଡ଼ ହୋଇ ନ ଥାଏ। ଯଦି ତୁମେ ତୁମ ଫଟୋଗ୍ରାଫିରେ ଥିବା ରିଆଲିଟିରେ କାହା ହୃଦୟ ଜିତିପାରୁଛ ସେଇଟା ବଡ଼ କଥା। ଫଟୋଟି ସତରେ ଜୀବନ୍ତ।
ଅଧିକ ପଢ଼ନ୍ତୁ ଭାରତ ଖବର