Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୦୦ ଉପରେ ପହଞ୍ଚିଲା କି ସୁଗାର ସ୍ତର ? କରନ୍ତୁ ଏହି କାମ

National

୩୦୦ ଉପରେ ପହଞ୍ଚିଲା କି ସୁଗାର ସ୍ତର ? କରନ୍ତୁ ଏହି କାମ

Manini Pattanayak
Browse all articles by Manini Pattanayak
·2 years ago·2 min read
୩୦୦ ଉପରେ ପହଞ୍ଚିଲା କି ସୁଗାର ସ୍ତର ? କରନ୍ତୁ ଏହି କାମ

ନୂଆଦିଲ୍ଲୀ:  ଡାଇବେଟିସ୍‌  ଏକ ସାଇଲେଣ୍ଟ କିଲର।  ଯାହା ଧିରେ ଧିରେ  ଆଖି ରୁ ନେଇ  କିଡନୀ ପର୍ଯ୍ୟନ୍ତ ବ୍ୟାଘାତ ହୋଇଥାଏ।  ଏହା ସାଧାରଣ ସ୍ତରଠାରୁ ଏକ ଅଙ୍କ  ମଧ୍ୟ  ଉପରେ ରହିଲେ ସମସ୍ୟା ସୃଷ୍ଟି କରିପାରେ ।  କିଛି  ରୋଗୀଙ୍କ ବ୍ଲଡ ସୁଗାର ୩୦୦ ପର୍ଯ୍ୟନ୍ତ  ମଧ୍ୟ  ପହଞ୍ଚିଯାଇଥାଏ।  ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି  ତେବେ  ମେଡିସିନ ସହିତ  କିଛି ଆୟୁର୍ବେଦିକ  ଏବଂ  ସହଜ ଘରୋଇ ଉପାୟ ଆପଣଙ୍କୁ ସାହାର୍ଯ୍ୟ କରିପାରିବ। 

ନ୍ୟାସନାଲ ଇନଷ୍ଟିଚ୍ୟୁଟ  ଅଫ ହେଲ୍‌ଥ  ଅନୁସାରେ ଆୟୁର୍ବେଦରେ ମଧୁମେହ ରୋଗୀଙ୍କୁ ଲବଙ୍ଗ ଖାଇବାକୁ ପରାମର୍ଶ ଦିଆଯାଇଛି। ଆପଣ ଦିନ ହେଉ କି ରାତି ଏବଂ ଶୋଇବା ସମୟରେ ମଧ୍ୟ ଲବଙ୍ଗ ଗୋଟିଏ ପାଟିରେ ପକାଅନ୍ତୁ।  ଏହା କରିବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ। 'ଅପ୍ରେଲ  ୨୦୧୭ରେ  ପବମେଡ'  ଦ୍ୱାରା ପ୍ରକାଶିତ  ଏକ ଅନୁସନ୍ଧାନରେ ଲବଙ୍ଗ ଏବଂ ମଧୁମେହ ମଧ୍ୟରେ ଏକ ସ୍ପଷ୍ଟ  ସମ୍ବନ୍ଧ  ବର୍ଣ୍ଣନା କରାଯାଇଛି।  ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ  ପାଟିରେ ଲବଙ୍ଗ ରଖିବାର ଅଭ୍ୟାସ ଥାଏ ଲବଙ୍ଗ ସେମାନଙ୍କ କୋଷରୁ ଚିନି ଶୋଷିଥାଏ ଏବଂ ଇନସୁଲିନ୍ ସ୍ତର ବଢାଇଥାଏ।   ଏହି କାରଣରୁ  ସୁଗାର ସ୍ତର ସାମାନ୍ୟ ରହିଥାଏ। 

ବ୍ଲଡ ସୁଗାର ଲେବଲ ବଢିଲେ ବିପଦ ସୃଷ୍ଟି ହୋଇଥାଏ

ଯେତେବେଳେ  ଶରୀରର ବ୍ଳଡ ସୁଗାର  ଲେବଲ  ବଢିଯାଏ ସେତେବେଳେ  ଏହା ପରିଶ୍ରା ଦ୍ୱାରା ବାହାରି ଯାଇଥାଏ।  ଏପରି ହେଲେ  କିଡନୀ  ଏବଂ ୟୁରିନ ବ୍ଲେଡରରେ ଜମା ହେବାର ବିପଦ ରହିଥାଏ।  ଯେଉଁଠି ବ୍ୟାକ୍ଟେରିଆ  ଜମା ହୋଇଯାଇଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 କଣ  ଏହି ଡାଇବେଟିସ୍‌ ?  ଏହି ଫୁଡ୍ସ ଆଇଟମ୍ସ ଠାରୁ ଦୂରରେ ରହୁନ୍ତୁ 

ମଧୁମେହ ହେଉଛି ଏକ ମେଟାବୋଲିକ୍ ରୋଗ ଯେଉଁଥିରେ ରକ୍ତରେ ଗ୍ଲୁକୋଜର ମାତ୍ରା ବଢିଯାଇଥାଏ।  ଏହା ସେତେବେଳେ ହୋଇଥାଏ  ଯେତେବେଳେ ଶରୀରରୁ ଇନ୍ସୁଲିନ୍‌ ର ସ୍ତର କମି ଯାଇଥାଏ। ଏମିତିରେ ବି ସବୁବେଳେ  ଇନ୍ସୁଲିନ ସୃଷ୍ଟି ହୋଇଥାଏ । କିନ୍ତୁ ଶରୀର ଏହାକୁ ବ୍ୟବହାର କରିବାରେ ସକ୍ଷମ ହୁଏ ନାହିଁ । ଚାଉଳ, ବ୍ରେଡ, ନୁଡୁଲ୍ସ , ଚିନି, ସେଚୁରେଟେଡ ସୁଗାର , ରିଫାଇଣ୍ଡ କାର୍ବ୍ସ, ଆଳୁ,  ଜଙ୍କ ଫୁଡ୍‌  ଭୋଜନ କରିବା ଦ୍ୱାରା  ବ୍ଲଡ ସୁଗାର  ହଠାତ୍‌  ବଢିପାରେ। 

ଅଧିକ ପଢନ୍ତୁ ଭାରତ ଖବର 

Argus Whatsapp Channel Mobile Top
Sponsored
health blood sugar level controlling tips if you chew clove when level goes to 300 plus | Argus News