Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଙ୍କଡ  ଖାଇଲେ କ'ଣ ମିଳେ ଲାଭ ? ଜାଣନ୍ତୁ ...

National

କାଙ୍କଡ  ଖାଇଲେ କ'ଣ ମିଳେ ଲାଭ ? ଜାଣନ୍ତୁ ...

Manini Pattanayak
Browse all articles by Manini Pattanayak
·1 year ago·2 min read
କାଙ୍କଡ  ଖାଇଲେ କ'ଣ ମିଳେ ଲାଭ ? ଜାଣନ୍ତୁ ...

ନୂଆଦିଲ୍ଲୀ: କାଙ୍କଡ.. ! ସାଧାରଣତଃ ଅନ୍ୟ ପରିବା ପରି  ଏହାକୁ ଆମେ ରୋଷେଇ କରି ଖାଇଥାଉ।  କିନ୍ତୁ ଏହା ପୋଟଳ, ଭେଣ୍ଡି ଆଳୁ ପରି ମୁଖ୍ୟ ପରିବାରେ ଗଣା ଯାଇନଥାଏ।  ହେଲେ କାଙ୍କଡ ଯେ ଆମ ଶରୀର ପାଇଁ  ଏକ ବରଦାନ ସଦୃଶ ଏହା ଆପଣ ବୋଧ୍‌ ହୁଏ ଜାଣିନଥିବେ। ଆଉ ଏହାର ଉପକାରିତା ବିଷୟରେ  ଜାଣିଲେ  ଆଶ୍ଚର୍ଯ୍ୟ ହେବେ । ଆଜ୍ଞା ହଁ  କାଙ୍କଡ ହେଉଛି ଇମ୍ୟୁନିଟିର ଗନ୍ତାଘର। ତେଣୁ ଶୀରରକୁ  ସୁସ୍ଥ  ଏବଂ ମଜଭୁତ   ରଖିବାକୁ ହେଲେ  ଖାଦ୍ୟରେ କାଙ୍କଡକୁ ଆଡ୍‌  କରନ୍ତୁ।  କାଙ୍କଡ ହେଉଛି ଭିଟାମିନ୍‌ ଏବଂ ମିନେରାଲର ଭଣ୍ଡାର। ଏହି ପରିବା  ଶରୀରକୁ ଶକ୍ତି ଦେଇଥାଏ। କାଙ୍କଡରେ  ଭିଟାମିନ୍ B-12, ଭିଟାମିନ୍‌ D, କ୍ୟାଲସିୟମ, ଜିଙ୍କ, କପର ଏବଂ ମ୍ୟାଗ୍ନେସିୟମ ପରି ପୋଷକ ତତ୍ତ୍ୱ  ଭରପୂର ରହିଥାଏ।  ତେଣୁ  ଏହି ପରିବାକୁ  ଆପଣଙ୍କ ଡାଏଟ୍‌ ରେ ସାମିଲ୍‌ କରିବାକୁ କେବେ ବି ଭୁଲନ୍ତୁ ନାହିଁ। 
 କାଙ୍କଡରେ ପୋଷକ ତତ୍ତ୍ୱ

କାଙ୍କଡରେ ଗୋଟିଏ  କି ଦୁଇଟି ନୁହେଁ  ବରଂ ସମସ୍ତ ପୋଷକ ତତ୍ତ୍ୱ ଥାଏ।  କାଙ୍କଡରେ ପ୍ରୋଟିନ୍‌ ଫାଇଭର, କାର୍ବୋହାଇଡ୍ରେଟ୍‌ସ, ଭିଟାମିନ୍‌ B1, B2, B3, B5, B6, B9, B12, ଭିଟାମିନ୍‌ A, ଭିଟାମିନ୍‌ C   ପ୍ରଭୃତି ମିଳିଥାଏ।   ତେବେ  ଏ ସବୁ  ଅନ୍ୟ ସାଧାରଣ ପରିବାରେ ମିଳିନଥାଏ।  ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଯାହା ସବୁ  ଉପଦାନ ଦରକାର  ସେ ସବୁ କାଙ୍କଡରେ ମିଳିଥାଏ।   ଏଥିସହିତ କାଙ୍କଡ  ଖାଇବାକୁ ମଧ୍ୟ ଖୁବ୍‌ ସ୍ୱାଦିଷ୍ଟ ହୋଇଥାଏ।  
 

କାଙ୍କଡ  ଖାଇଲେ କଣ ମିଳେ ଲାଭ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 - କାଙ୍କଡ  ଖାଇବା ଦ୍ୱାରା  ରୋଗ ପ୍ରତିରୋଧକ ଶକ୍ତି   ମଜଭୁତ ହୋଇଥାଏ।  ଏଥିରେ  ଥଣ୍ଡା, କାଶ, ଜ୍ୱର  ପରି ସମସ୍ୟା ଦୂର ହୋଇଥାଏ। 
 - କାଙ୍କଡ ଖାଇବା ଦ୍ୱାରା  ମୁଣ୍ଡ ବିନ୍ଧା, ଚୁଟି ଝଡିବା , କାନ ଦରଜ ,  ପେଟରେ ନିଫେକ୍ସନ ସମସ୍ୟା ଦୂର ହୋଇଥାଏ। 
-କାଙ୍କଡ ଖାଇବା ଦ୍ୱାରା  ପାଇଲ୍ସ  ଏବଂ ଜଣ୍ଡିସ୍‌ ପରି ରୋଗ ମଧ୍ୟ ଦୁର ହୋଇଥାଏ।  ଏହା  ଖାଇବା ଦ୍ୱାରା  ଡାଇବେଟିସ୍‌ ରେ ମଧ୍ୟ ବହୁତ ଫାଇଦା ମିଳିଥାଏ। ö
- ବର୍ଷା ଦିନେ ହେଉଥିବା  ଯାଦୁ, କାଛୁ, କୁଣ୍ଡିଆ ରୁ ମଧ୍ୟ ଦୂରେି ରଖିଥାଏ କାଙ୍କଡ। 
- ପକ୍ଷାଘାତ, ଫୁଲା, ଚେତାଶୂନ୍ୟତା ଏବଂ ଆଖି ସମସ୍ୟାରେ କାଙ୍କଡକୁ ମଧ୍ୟ ବ୍ୟବହାର କରାଯାଇଥାଏ। 
- ଜ୍ୱର ଆସିଲେ ଆପଣ କାଙ୍କଡ ଖାଇପାରିବେ। 
- ବ୍ଲଡପ୍ରେସର ଏବଂ କ୍ୟାନ୍ସର  ପରି ଗମ୍ଭୀର  ରୋଗରୁ ରକ୍ଷା କରିଥାଏ କାଙ୍କଡ। 

 କାଙ୍କଡର   ଏପରି ଅନେକ ଉପକାରିତା ଅଛି ଶୁଣିଲା  ଆପଣ ନିଶ୍ଚୟ  ଆଶ୍ଚର୍ଯ୍ୟ  ହୋଇଥିବେ। ତେଣୁ  ପ୍ରତ୍ୟେକ ଦିନ ଖାଇବା ପରିବାରେ କାଙ୍କଡକୁ ବ୍ୟବହାର କରନ୍ତୁ .. ଦେଖିବେ କିପରି ଲାଭ ମିଳୁଛି। 
ଅଧିକ ଦେଖନ୍ତୁ: 

Sponsored
health kantola can give many health benefits including weight loss | Argus News