Videos
|
National

ଖାଲିପେଟରେ କ୍ଷୀର ପିଉଛନ୍ତି କି ?  ସାବଧାନ.. 

Manini Pattanayak
Browse all articles by Manini Pattanayak
·2 years ago·1 min read
ଖାଲିପେଟରେ କ୍ଷୀର ପିଉଛନ୍ତି କି ?  ସାବଧାନ.. 

 ନୂଆଦିଲ୍ଲୀ:  କ୍ଷୀର ଜୀବନର ଆଧାର ।  ଏକଥା ଆମେ ସମସ୍ତେ ଜାଣିଛେ ଯେ ଜନ୍ମ ପରେ ଯଦି ପିଲାକୁ ମା କ୍ଷୀର ନ ମିଳେ ତେବେ ପିଲାର ସମ୍ପୂର୍ଣ୍ଣ ବିକାଶ ହୋଇନଥାଏ,  ପିଲାର ମୃତ୍ୟ ମଧ୍ୟ ହୋଇଯାଇପାରେ ।   କିନ୍ତୁ ଆପଣ ଜାଣନ୍ତି କି କ୍ଷୀର ମଧ୍ୟ ଜୀବନ ନେଇପାରେ ... ହଁ   ଯଦି ଆପଣ ଖାଲି କ୍ଷୀର ପିଉଛନ୍ତି କ୍ଷୀର ସହ କିଛି ଖାଉନାହାଁନ୍ତି ତେବେ ଏହା ସାଙ୍ଘାତିକ ହୋଇପାରେ।   ଖାଲି କ୍ଷୀର ପିଇବା ଦ୍ୱାରା ଆମ ପେଟରେ ଫାଇବରର ଅଭାବ ପରିଲିଖିତ ହୋଇଥାଏ।  ଯାହାଦ୍ୱାରା ଶରୀରରେ ବ୍ୟାକ୍ଟେରିଆ  କମ ହୋଇଯାଅନ୍ତି।    ତେଣୁ  ସତର୍କ ରୁହନ୍ତୁ କେବେ ବି ଖାଲି ପେଟରେ କ୍ଷୀର ପିଅନ୍ତୁ ନାହିଁ। ହଁ ଯଦି କ୍ଷୀର ପିଉଛନ୍ତି  ତେବେ କ୍ଷୀର ସହ ଅନ୍ୟ ଜିନିଷ ଖାଇବାକୁ ଭୁଲନ୍ତୁ ନାର୍ହି। 

ପ୍ରତ୍ୟେକ ଦିନ ଏକ ଗ୍ଲାସ କ୍ଷୀର ଲାଭ ଦାୟକ

ଡକ୍ଟରଙ୍କ କହିବାନୁଯାୟୀ  କ୍ଷୀରରେ  ସମସ୍ତ ଆବଶ୍ୟକ ଏମିନୋ  ଏସିଡି ପର୍ଯ୍ୟାପ୍ତ ଥାଏ।  ଯାହା ଆମ ସ୍ୱାସ୍ଥ୍ୟକୁ ମଜଭୁତ କରିଥାଏ।  ଏହା ଦାନ୍ତ ଏବଂ ହାଡକୁ ଶକ୍ତ କରିଥାଏ।  ଅନ୍ୟ ଅର୍ଥରେ କହିବାକୁ ଗଲେ ହାଡ ଏବଂ ଦାନ୍ତ ପାଇଁ  କ୍ଷୀର ପାଓ୍ୱାରହାଉସ୍‌ ସଦୃଶ। କ୍ଷୀର ପ୍ରୋଟିନ୍‌ର ଏକ ଭଣ୍ଡାର ।  ସେଥିପାଇଁ ମସଲ୍ସ ଗ୍ରୋଥରେ ମହତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ କ୍ଷୀର। କ୍ଷୀରରେ ଭିଟାମିନ ୧୨ ରହିଥାଏ। ଏହାଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ।    

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: