Videos
|
National

ଲୁ' ରୁ ରକ୍ଷା କରିଥାଏ, ଇମ୍ୟୁନିଟି ବଢାଇଥାଏ କଞ୍ଚା ଆମ୍ବ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଲୁ' ରୁ ରକ୍ଷା କରିଥାଏ, ଇମ୍ୟୁନିଟି ବଢାଇଥାଏ କଞ୍ଚା ଆମ୍ବ 

ନୂଆଦିଲ୍ଲୀ: ଗରମର ସିଜିନ୍‌ରେ  କଞ୍ଚା ଫଳ  ଶରୀର ପାଇଁ ବହୁତ  ସହାୟକ ହୋଇଥାଏ। ଗ୍ରୀଷ୍ମ ଋତୁର ଫଳମାନଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ।  ତେବେ ଏହି ଫଳ କଞ୍ଚା ହେଇଥାଉ କି ପାଚିଲା ଉପକାରୀ ହୋଇଥାଏ । କେହି ଏହାକୁ  କଞ୍ଚା ଖାଇବାକୁ ପସନ୍ଦ କରିଥାନ୍ତି ଆଉ କେହି ପାଚିଲା।   କିନ୍ତୁ କଣ ଆପଣ ଜାଣିଛନ୍ତି  କଞ୍ଜା ଫଳ ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ବଢିଥାଏ ବୋଲି ।  ଆଜ୍ଞା ହଁ କଞ୍ଚା ଆମ୍ବ  ଇମ୍ୟୁନିଟି ବଢାଇବାରେ ସହାୟକ ହୋଇଥାଏ।  ଆୟୁର୍ବେଦ  ଡାକ୍ତର  ଚନ୍ଦ୍ରପ୍ରକାଶ ଦିକ୍ଷୀତଙ୍କ କହିବାନୁଯାଇ  କଞ୍ଚା ଆମ୍ବ  ଗରମରେ ହେଉଥିବା ରୋଗରୁ ରକ୍ଷା କରିଥାଏ।  ଏଥିସହିତ   ଗରମରେ ଲୁ  ଏବଂ ପେଟ ରୋଗର ରାମବାଣ ହୋଇଥାଏ କଞ୍ଚା ଆମ୍ବ । ଯଦି ଆପଣ ପ୍ରତ୍ୟେକ ଦିନ କଞ୍ଚା ଆମ୍ବ ଖାଉଛନ୍ତି  ତେବେ ବହୁତ ଭଲ ହୋଇଥାଏ। 

ଡାକ୍ତରଙ୍କ କହିବାନୁଯାୟୀ,  କଞ୍ଚା ଆମ୍ବରେ  ଭିଟାମିନ A,B,C  ଏବଂ E ଭରପୁର ମାତ୍ରାରେ ଥାଏ।  କଞ୍ଚା ଆମ୍ବ ଖାଇବା ଦ୍ୱାରା  ହାଡ ମଜଭୁତ ହୋଇଥାଏ । ଏଥିସହିତ ଗରମ ଦିନେ ମୁଣ୍ଡବୁଲାଇବା, ବାନ୍ତି ହେବା  ଏବଂ ଡିହାଇଡ୍ରେସନର ସମସ୍ୟା ଅଧିକ ହୋଇଥାଏ। ଏହାଦ୍ୱାରା  ଶରୀରୁ  ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଯଦି ଆପଣ ଏହି ଟାଇମରେ କଞ୍ଚା ଆମ୍ବ ଖାଉଛନ୍ତି   ତେବେ ଏହି ସମସ୍ୟାରୁ ରକ୍ଷା ପାଇବା  ସହ ଶରୀରରେ  ଇମ୍ୟୁନିଟି ବଢିବା ସହ ଡିହାଇଡ୍ରେନରୁ  ରକ୍ଷା ମିଳିଥାଏ।    କେହି କେହି ଆମ୍ବ ରସକୁ ଖାଇବାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଲୁଣ ସହ  ଖାଇଥାନ୍ତି। ଆମ୍ବକୁ ଯେଉଁ ପ୍ରକାରର ବି ଖାଅନ୍ତୁ ନା କାହିଁକି ଏହା ଉପକାରୀ ହୋଇଥାଏ।  

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
health this fruit is the king of summer protects from heat stroke increases immunity | Argus News