Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଲେଷ୍ଟର କଣ୍ଟ୍ରୋଲ କରିଥାଏ ରସୁଣ

National

କୋଲେଷ୍ଟର କଣ୍ଟ୍ରୋଲ କରିଥାଏ ରସୁଣ

Manini Pattanayak
Browse all articles by Manini Pattanayak
·2 years ago·1 min read
କୋଲେଷ୍ଟର କଣ୍ଟ୍ରୋଲ କରିଥାଏ ରସୁଣ

ନୂଆଦିଲ୍ଲୀ:  ନିଇତି ରସୁଣ ଖାଉଛନ୍ତି କି ? ତାହାଲେ ଆପଣଙ୍କ ଲାଗି ଏହା ଗୁରୁତ୍ଵପୂର୍ଣ୍ଣ ଖବର । କାରଣ ଆମମାନଙ୍କ ଭିତରୁ ଅନେକ ଲୋକ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ । ସେଥିରୁ ବାହାରୁଥିବା ଗନ୍ଧ...ବେଳେ ବେଳେ ଅନ୍ୟକୁ ବିରକ୍ତି କରାଏ । ତେଣୁ ଆମେ ଟିକିଏ କମ ଖାଆନ୍ତି ରସୁଣ । ହେଲେ ଆପଣ ଜାଣିଛନ୍ତି କି?  ରସୁଣ ଖାଇଲେ ଅନେକ  ଲାଭ ମିଳିଥାଏ ବୋଲି । ଯଦି ଆପଣ ପ୍ରତ୍ୟେକ  ଦିନ  ରସୁଣ ଖାଇବେ ତେବେ ଏଥିରୁ ୬ଟି ଉପକାର  ନିଶ୍ଚିତ ପାଇବେ । ଶରୀର ବି ସୁସ୍ଥ ରହିବ । 

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ରସୁଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ ।  ପ୍ରତ୍ୟେକ ଦିନ ରସୁଣର ଦୁଇଟି କୋଲା ଖାଇବାଦ୍ୱାରା ଶରୀରକୁ ଲାଭ ହୋଇଥାଏ । ଏ କଥା ଆମେ ନୁହେଁ ବରଂ ଡାକ୍ତର ରାକେଶ ଗୁପ୍ତା କହିଛନ୍ତି । କାରଣ ରସୁଣ ଲାଭଦାୟକ ବୋଲି ପୂର୍ବରୁ ଆମେ ବି ଜାଣିଛନ୍ତି । ଖାଲି ଏତିକି ନୁହେଁ ବରଂ ରସୁଣ ଖାଇବା ଦ୍ୱାରା  କୋଷ୍ଠକାଠିନ୍ୟ  ସମସ୍ୟା ରହିନଥାଏ। କୋଲେଷ୍ଟରକୁ କଣ୍ଟ୍ରୋଲ କରିଥାଏ ରସୁଣ। ଏଥିସହିତ  ମୋଟାପା  କମାଇବାରେ ସାହାଯ୍ୟ କରିଥାଏ ରସୁଣ।  କଞ୍ଚା ରସୁଣ  ହାଇବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବେସ୍‌ ଲାଭଦାୟକ।  ରସୁଣ ଖାଇବା ଦ୍ୱାରା ଡାଇଜେସନ ବହୁତ ଭଲ ହୋଇଥାଏ।   ଏଥିସହିତ ଏହାର ସେବନ ଦ୍ୱାରା ଇମ୍ୟୁନିଟି ମଧ୍ୟ ବୁଷ୍ଟ ହୋଇଥାଏ। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If you eat garlic every day, you will surely get 6 benefits from it. The body will also be healthy. | Argus News