ବିଶ୍ୱ ସ୍ୱାସ୍ଥ୍ୟ ଦିବସ; ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ...

ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜର ସ୍ୱାସ୍ଥ୍ୟ ଭଲ ଥିଲେ ଦୁନିଆରେ ସବୁ ଭଲ ଲାଗେ । ସେ କ୍ୟାରିଅର ହେଉ କି ଫ୍ୟୁଚର୍ ପ୍ଲାନ୍ । ଦେହ ପା ଠିକ୍ ରହିଲେ ହିଁ ଜଣେ ଆଗକୁ ଚିନ୍ତା କରେ..ଭବିଷ୍ୟତ ପାଇଁ ପଦକ୍ଷପେ ନିଏ । ହେଲେ ଏ ସବୁ ପାଇଁ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ହିଁ ଆବଶ୍ୟକ । ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ୍ ରହିଛି health care is for everyone(ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ) ଅର୍ଥାତ୍ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସୁବିଧା"। ଏହି ଅବସରରେ ଗାଁ ହେଉ କି ସହର, ଧନୀ ହେଉ କି ଦୁର୍ବଳ, ପ୍ରତ୍ୟେକ ନାଗରିକ ପାଖରେ ଆଧୁନିକ ଓ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟସ୍ତରରେ ନୂଆ ଡିଜିଟାଲ୍ ହେଲଥ କାର୍ଡ, ମୋ ହସ୍ପିଟାଲ୍ ଆପ୍ ଓ ମୋ ସ୍ୱାସ୍ଥ୍ୟ ସହଯୋଗ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ଆଧୁନିକ ଓ ଅଧିକ ସମ୍ବେଦନଶୀଳ ବନାଯାଉଛି । ଅନେକ ଜିଲ୍ଲା ହସ୍ପିଟାଲ୍, ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସମସ୍ତ ସୁବିଧା ଉପଲବ୍ଧ କରାଯାଉଛି ।
ସ୍ୱାସ୍ଥ୍ୟ କେବଳ ଚିକିତ୍ସା ନୁହେଁ, ଏହା ହେଉଛି ଜୀବନର ମୂଳ ଆଧାର । ସ୍ବାସ୍ଥ୍ୟ ସେବା ହେଉଛି ନା ମାତ୍ର ଅଧିକାର ବରଂ ଏହା ହେଉଛି ଏକ ସାମୂହିକ ଦାୟିତ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆମକୁ ଏହି ଉଦ୍ଦେଶ୍ୟ ଦିଗରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ ।
📱 Get Argus News App
✨ଚଳିତ ମାସ ୧୧ ତାରିଖରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କଟକ ବାଲିଯାତ୍ରା ପଡ଼ିଆରେ ହେବ । ଏଥିରେ ରାଜ୍ୟର ୧.୩ ଲକ୍ଷ ପରିବାକୁ ସାମିଲ୍ କରାଯିବ । ୭ ରୁ ଅଧିକ ବୟସ୍କ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ବି କାର୍ଡ ମିଳିବ । ଘରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ କାର୍ଡ । ରାଜ୍ୟର ୩ କୋଟି ୫୦ ଲକ୍ଷ କାର୍ଡ ପାଇବେ ।
ଏହି କାର୍ଡ ଦେଶର ୨୯ ହଜାର ମେଡିକାଲ୍ରେ କାମ ଦେବ । କେବଳ ପଶ୍ଚିମବଙ୍ଗକୁ ଛାଡି ଅନ୍ୟ ସବୁ ରାଜ୍ୟରେ କାମ କରିବ । ଏବେ ୧୪୦୫ ପିଏଚ୍ସିରେ କାର୍ଡ ବଣ୍ଟନ କରାଯିବ । ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ୍.ଜେଏ.ୱାଇ-ଜି.ଜେଏ.ୱାଇ) ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା (ଏ.ଭି.ଭି.ୱାଇ)ରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ ।
ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା । ଏବେ ମିଳିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀମାନଙ୍କୁ ସାରା ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳିବ ।