NEET-UG ମାମଲାର ଶୁଣାଣି ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା

ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି । ନିଟ୍ ୟୁଜି ମାମଲାର ଶୁଣାଣି ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା । କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଲା । କେନ୍ଦ୍ର ଓ ନିଟ୍ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ ।
ପୂର୍ବରୁ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ପୁନଃ ପରୀକ୍ଷା ନହେବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର । ନିଟ୍-ୟୁଜି ପରୀକ୍ଷାର ତଥ୍ୟ ଅନୁଧ୍ୟାନ ପରେ ସରକାର ଆଇଆଇଟି ମାଡ୍ରାସର ଏକ ରିପୋର୍ଟକୁ ନିଜ ସତ୍ୟପାଠରେ ଯୋଡ଼ିଛନ୍ତି । ଯେଉଁଥିରେ କୁହାଯାଇଛି ଯେ “ସାମୂହିକ ଅନିୟମିତତାର କୌଣସି ସଙ୍କେତ ନାହିଁ “।
ସରକାର କହିଛନ୍ତି ଯେ ତଥ୍ୟ ବିଶ୍ଳେଷଣରେ କୌଣସି ବଡ଼ ଧରଣର ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ । ତେଣୁ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସରକାର ସମର୍ଥନ କରୁନାହାନ୍ତି ବୋଲି କୁହାଯାଉଛି । ଜୁଲାଇ ତୃତୀୟ ସପ୍ତାହରୁ ନିଟ୍ କାଉନସେଲିଂ ଆରମ୍ଭ ହେବ । ଏହି ମାମଲାରେ ଏନଟିଏ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ।

