Videos
|
National

୪୧ ଔଷଧର ବଦଳିଲା ମୂଲ୍ୟ

Rashmita Mishra
Browse all articles by Rashmita Mishra
·2 years ago·1 min read
୪୧ ଔଷଧର ବଦଳିଲା ମୂଲ୍ୟ

ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍ୟ ହ୍ରାସ କରାଯାଇଛି । ଏହା ସହ ଜଡିତ ୪୧ ଟି ସାଧାରଣ ଔଷଧର ମୂଲ୍ୟ ସରକାରଙ୍କ ଦ୍ଵାରା ହ୍ରାସ କରାଯାଇଛି । ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ମାନେ ଏହାର ଏକ ବୈଠକ କରି ୪୧ ଔଷଧ ତଥା ୭ଟି ଫର୍ମୁଲେଶନର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ ବିଭିନ୍ନ କମ୍ପାନୀର ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରାଯାଇଥିଲା। ଖାଲି ତାହା ନୁହେଁ ଆଲର୍ଜି ବ୍ୟତୀତ ମଲ୍ଟିଭାଇଟାମିନ ଏବଂ ଆଣ୍ଟିବାୟୋଟିକ ମୂଲ୍ୟ ଅଧିକ ହୋଇଥିବାରୁ । ସାଧାରଣ ଚିକିତ୍ସାର ମୂଲ୍ୟ ମଧ୍ୟ ବଢିଥାଏ। ତେଣୁ ଔଷଧ ଶସ୍ତା ହେଲେ ଲୋକମାନେ ଆରାମ ପାଇବେ। ଫେବୃଆରୀରେ ଏନ୍‌ପିପିଏ ସୁଗାର ଏବଂ ବିପି ସମେତ ୬୯ ଔଷଧର ମୂଲ୍ୟକୁ କମାଇ ଦିଆଯାଇଥିଲା । 

ଅଧିକ ପଢ଼ନ୍ତୁ ଦେଶ ଖବର:

ଭାରତରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଆର୍ଥାତ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ରହିଛିନ୍ତି । ଏହାର ମୂଲ୍ୟ କମିବା ଯୋଗୁଁ ସାଧାରଣ ଲୋକଙ୍କୁ ବହୁତ ଲାଭଦାୟକ ହେବ ଯେଉଁମାନେ ଔଷଧ ଏବଂ ଇନସୁଲିନ୍ ଉପରେ ନିର୍ଭରଶୀଳ ସେହି ମାନେ ଅଧିକ ଲାଭବାନ ହେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heart-disease-diabetes-drugs-to-cost-less-as-govt-cuts-prices-of-essential-medicines | Argus News