Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସୁଛି ଖରା, କେମିତି ଛଟପଟ ହେଉଛନ୍ତି ଛୋଟ ପିଲା ?

National

ଆସୁଛି ଖରା, କେମିତି ଛଟପଟ ହେଉଛନ୍ତି ଛୋଟ ପିଲା ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆସୁଛି ଖରା, କେମିତି ଛଟପଟ ହେଉଛନ୍ତି ଛୋଟ ପିଲା ?

Key Points

ବାୟୁ ପ୍ରଦୂଷଣ ଓ ହିଟୱେଭ ଯୋଗୁଁ ଦେଶରେ ବିଗୁଡୁଛି ପିଲାଙ୍କ ସ୍ଵାସ୍ଥ୍ୟ । ବିଦ୍ୟାଳୟ ଯାଉଥିବା ପିଲାଙ୍କ ସ୍ଵାସ୍ଥ୍ୟକୁ ନେଇ ଏମିତି ସାଂଘାତିକ ତଥ୍ୟ ପ୍ରକାଶ ପାଇଛି ୟୁନିସେଫ୍ ରିପୋର୍ଟରେ

ଅଣନିଶ୍ଵାସୀ କରୁଛି ପ୍ରଦୂଷଣ । ତାତି ବଢ଼ାଉଛି ସ୍ଵାସ୍ଥ୍ୟ ଚିନ୍ତା । କେବଳ ଭାରତ ନୁହେଁ ସମଗ୍ର ବିଶ୍ଵରେ ଏଭଳି ପ୍ରାଣଘାତୀ ସ୍ଥିତି । ତାତି ବୃଦ୍ଧି ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ଗ୍ରୀଷ୍ଣ ପ୍ରବାହ ଦିନ । ଆଉ ଯାହା ସିଧାସଳଖ ଛୋଟ ଛୁଆ ଓ ପିଲାମାାନଙ୍କ ସ୍ଵାସ୍ଥ୍ୟ ଉପରେ କୁ ପ୍ରଭାବ ପକାଉଛି ।


ବାୟୁ ପ୍ରଦୂଷଣ ଓ ହିଟୱେଭ ଯୋଗୁଁ ଦେଶରେ ବିଗୁଡୁଛି ପିଲାଙ୍କ ସ୍ଵାସ୍ଥ୍ୟ । ବିଦ୍ୟାଳୟ ଯାଉଥିବା ପିଲାଙ୍କ ସ୍ଵାସ୍ଥ୍ୟକୁ ନେଇ ଏମିତି ସାଂଘାତିକ ତଥ୍ୟ ପ୍ରକାଶ ପାଇଛି ୟୁନିସେଫ୍ ରିପୋର୍ଟରେ । କେବଳ ଯେ, ପିଲାଙ୍କ ସ୍ଵାସ୍ଥ୍ୟ ଖରାପ ହେଉଛି ତା ନୁହେଁ ବିଦ୍ୟାଳୟରେ ଉପସ୍ଥାନ ହ୍ରାସ ପାଇବା ସହ ସମଗ୍ର ଶୈକ୍ଷିକ ବାତାବରଣ ବି ବାଧାପ୍ରାପ୍ତ ହେଉଛି ।


ୟୁନିସେଫର ରିପୋର୍ଟ ଅନୁସାରେ, ବିଶ୍ଵର ୩ ଜଣରୁ ଜଣେ ଛୁଆ ବର୍ଷକୁ ୪ରୁ ୫ଟି ହିଟୱେଭ ସାମ୍ନା କରୁଛନ୍ତି । ଅର୍ଥାତ୍ ଜଣେ ଛୁଆ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ବର୍ଷର ୮୩ ଦିନ ବିତାଉଛି । ୨୦୫୦ ସୁଦ୍ଧା ବିଶ୍ଵର ପ୍ରାୟ ସମସ୍ତ ୨.୨ ବିଲିଅନ୍ ଛୁଆ ହିଟ୍‌ୱେଭକୁ ସାମ୍ନା କରି ପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ୟୁନିସେଫ୍‌ର ରିପୋର୍ଟ କହୁଛି- ବର୍ଷ ୨୦୨୪ରେ ଭାରତରେ ଗ୍ରୀଷ୍ଣ ପ୍ରବାହର ସାମ୍ନା କରିଛନ୍ତି ୫୪.୮ ମିଲିଅନ୍ ଛୁଆ । କେବଳ ଖରା ନୁହଁ ବରଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଛୁଆଙ୍କ ସ୍ଵାସ୍ଥ୍ୟକୁ ପ୍ରଭାବିତ କରୁଛି । ବନ୍ୟା, ଭୂ-ସ୍ଖଳନ ଓ ବାତ୍ୟା ଆଦି ଶୈକ୍ଷିକ ଭିତ୍ତିଭୂମି ନଷ୍ଟ କରୁଥିବା ବେଳେ ପ୍ରଦୂଷଣ ଛୁଆଙ୍କ ସ୍ଵାସ୍ଥ୍ୟ ଖରାପ କରୁଛି, ଏଥିପାଇଁ ବିଦ୍ୟାଳୟରେ କମୁଛି ଉପସ୍ଥାନ ହାର ।


ବିଶ୍ଵର ୧୬୩ଟି ଦେଶର ଛୁଆଙ୍କୁ ନେଇ ୟୁନିସେଫ୍‌ର କ୍ଲାଇମେଟ୍ ଇଣ୍ଡେକ୍ସ ରିପୋର୍ଟରେ ଭାରତ ୨୬ତମ ସ୍ଥାନରେ ରହିଛି । ବିଶ୍ଵସ୍ତରରେ ୨୦୨୪ ମସିହାରେ ବିଭିନ୍ନ ଅସ୍ଵାଭାବିକ ପାଣିପାଗ ପାଇଁ ୧୭୧ ମିଲିଅନ୍ ଛୁଆ ପ୍ରଭାବିତ ବୋଇଥିବା ଜଣାପଡ଼ିଛି ।

Sponsored
Heat waves how impacts On children | Argus News