ଅରୁଣାଚଳ ପ୍ରଦେଶ ଓ ଚୀନର ସୀମାରେ ଭୂସ୍ଖଳନ
·2 years ago·1 min read

ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶ ଓ ଚୀନର ସୀମାରେ ପ୍ରବଳ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ହେଵା ଦ୍ଵାରା ଜାତୀୟ ରାଜପଥ ୩୩ ର ଏକ ବଡ଼ ଅଂଶ ମଧ୍ୟ ପ୍ରଭାବିତ ହୋଇଛି । ଯଦିଓ, ରାସ୍ତାର ପ୍ରଭାବିତ ଅଂଶର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି କିନ୍ତୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଏହାର ମରାମତି କରିବାରେ ଅସୁବିଧା ହେଉଛି
ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ହେଇଥାଏ । ଏହି କାରଣରୁ ଦିବଙ୍ଗ ଘାଟିରେ ଏପରି ହେଵା ଯୋଗୁଁ ଚୀନ୍ ର ପାଖା ପାଖି ଅଞ୍ଚଳ ସହ ଯୋଗାଯୋଗ ନଷ୍ଟ ହୋଇଯାଇଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି।
ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ ରାଜପଥର କ୍ଷତି ହୋଇଥିଵା ଅଂଶଗୁଡିକର ମରାମତି କାର୍ଯ୍ୟ ଆରମ୍ଭ କରିଛି କିନ୍ତୁ ଲଗାତାର ବର୍ଷା ହେତୁ ମରାମତି କାର୍ଯ୍ୟ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: