ଅପରାହ୍ନରେ ଦିଲ୍ଲୀରେ ହେଲା ଧୂଳିଝଡ଼ ସହ ପ୍ରବଳ ବର୍ଷା

କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଭାରତର ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ବହିବା ସହ ଏହାର ପ୍ରଭାବ ରାତି ୯ଟା ପର୍ଯ୍ୟନ୍ତ ରହିବ। ପ୍ରବଳ ପବନ ଏବଂ ବର୍ଷା ଚାଷକୁ କ୍ଷତି ପହଞ୍ଚାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦିଆଯାଇଛି। ଏବଂ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି ଏବଂ ସମ୍ଭବ ହେଲେ ଯାତ୍ରାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବର୍ଷ ପବନ ବେଳେ ଗଛ ମୂଳେ ଆଶ୍ରୟ ନିଅନ୍ତୁ ନାହିଁ, କଙ୍କ୍ରିଟ୍ ଚଟାଣରେ ଶୁଅନ୍ତୁ ନାହିଁ। ଅନପ୍ଲଗ୍ ବୈଦ୍ୟୁତିକ ଉପକରଣ ଗୁଡ଼ିକୁ ବନ୍ଦ କରି ଅନପ୍ଲଗ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
Delhi NCR is under a heavy dust storm! Visuals from Gurgaon — very intense dust storm hits Gurugram. Stay safe everyone! pic.twitter.com/IqGVen4kLb
— The Curious Quill (@PleasingRj) April 11, 2025
📱 Get Argus News App
✨ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରବଳ ପବନ ଧୂଳି ଓ ଆବର୍ଜନାକୁ ଉତ୍ତେଜିତ କରୁଛି, ଯାହା କାର୍ ଏବଂ କୋଠାଗୁଡ଼ିକୁ ଆଂଶିକ ଭାବେ ଘୋଡ଼ାଇ ଦେଇଛି। ପ୍ରବଳ ପବନ ଯୋଗୁ କିଛି କିଛି ଅଞ୍ଚଳରେ ଗଛ ଡାଳ ଭାଙ୍ଗିଯାଇଥିବାବେଳେ ଲୋଧି ଗାର୍ଡେନ ସମେତ ଦିଲ୍ଲୀର ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିଲା। ଦିଲ୍ଲୀ ଗେଟ୍ ଅଞ୍ଚଳରେ ଅଟକି ରହିଥିବା ଏକ ମୋଟର ସାଇକେଲ ଉପରେ ଏକ ଗଛ ପଡ଼ିଯାଇଥିଲା। ଦିଲ୍ଲୀରେ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ଦୁଇ ଦିନ ହେଲା ବର୍ଷା ଯୋଗୁ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।
#WATCH | Delhi: Branches of trees fell after the National Capital experienced dust storm in several areas.
— ANI (@ANI) April 11, 2025
(Visuals from Delhi Gate) pic.twitter.com/Fjmdg6Dv8E