Videos
|
National

ଦିଲ୍ଲୀରେ ପ୍ରବଳ ବର୍ଷା: ବିମାନ ଚଳାଚଳରେ ବିଳମ୍ବ, ରେଡ୍ ଆଲର୍ଟ ଜାରି

Rashmita Mishra
Browse all articles by Rashmita Mishra
·1 year ago·1 min read
ଦିଲ୍ଲୀରେ ପ୍ରବଳ ବର୍ଷା: ବିମାନ ଚଳାଚଳରେ ବିଳମ୍ବ, ରେଡ୍ ଆଲର୍ଟ ଜାରି

ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୁକ୍ରବାର ତାଣ୍ଡବ ରଚିଛି ପ୍ରବଳ ବର୍ଷା ଓ ଧୂଳିଝଡ଼। ଏହି ପ୍ରତିକୂଳ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୧୦୦ଟି ବିମାନର ଚଳାଚଳ ବିଳମ୍ବ ହୋଇଥିବା ବେଳେ ୪୦ଟି ବିମାନକୁ ଅନ୍ୟ ବିମାନବନ୍ଦର ଆଡ଼କୁ ଦିଗ ପରିବର୍ତ୍ତନ କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଦିଲ୍ଲୀ ଓ ନିକଟବର୍ତ୍ତୀ ଅଞ୍ଚଳରେ ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ଏହା ଦିଲ୍ଲୀ-ଏନସିଆରରେ ଦୃଶ୍ୟମାନତା କମ୍ ହେବା ସହ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନର ସ୍ଥିତି ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରୀମାନେ ବିମାନବନ୍ଦରରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଇଛି। କିଛି ବିମାନ ରଦ୍ଦ ହେବା ଆଶଙ୍କା ମଧ୍ୟ ରହିଛି। ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ଯାତ୍ରୀଙ୍କୁ ସମୟସୂଚୀ ଅନୁଯାୟୀ ଅପଡେଟ୍ ଦେବା ପାଇଁ ଚେଷ୍ଟା କରୁଛନ୍ତି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ଆଗାମୀ କିଛି ଘଣ୍ଟା ମଧ୍ୟ ବର୍ଷା ଜାରି ରହିପାରେ, ଯାହା ବିମାନ ଚଳାଚଳକୁ ଆହୁରି ପ୍ରଭାବିତ କରିପାରେ। ଏହି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଧୈର୍ଯ୍ୟ ଧରି ଏୟାରଲାଇନ୍ସ ସହ ଯୋଗାଯୋଗ ଜାରି ରଖିବାକୁ ଅନୁରୋଧ କରାଯାଇଛି। ଏହା ସହ ସହରରେ ଟ୍ରାଫିକ ଓ ଜଳନିଷ୍କାସନ ସମସ୍ୟା ମଧ୍ୟ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ସାମାଲ କରିବା ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heavy-rain-in-delhi-flight-operations-delayed-red-alert-issued | Argus News