Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ

ଅର୍ଗସ ବ୍ୟୁରୋ:  ଜଳମଗ୍ନ ମୁମ୍ବାଇ । ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇ ପଡ଼ିଛି ସ୍ଥିତି । ଯୁଆଡେ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ଗତକାଲି ରାତି ଗୋଟାଏରୁ ସକାଳ 7 ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷାରେ ମୁମ୍ବାଇର ବିଭିନ୍ନ ସ୍ଥାନ ଜଳମଗ୍ନ । କେଉଁଠି କାର୍ ପାଣିରେ ବୁଡିଛି ତ କେଉଁଠି ବାଇକ ସ୍କୁଟି । ଘରେ ବି ପଶିଛି ପାଣି । ରାସ୍ତାରେ ପାଣି ଚାଲୁଥିବାରୁ ସହର ସାରା ଟ୍ରାଫିକ୍ ଜାମ୍‌ ହେବା ସହ ବାଧାପ୍ରାପ୍ତ ହୋଇଛି ଯାତାୟତ । 50ଟି ଫ୍ଲାଇଟ୍ ବାତିଲ୍ କରାଯାଇଥିବା ବେଳେ ରେଳସେବା ମଧ୍ୟ ବ୍ୟାହତ ହୋଇଛି ।

ଏମିତିକି ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ରାସ୍ତାରେ ପାଣି ଚାଲୁଥିବାରୁ ଲୋକମାନେ ଆଣ୍ଠୁଏ ଗଭୀର ପାଣିରେ ଚଳପ୍ରଚଳ କରୁଥିବା ମଧ୍ୟ ଦେଖାଯାଇଛି । କିଛି ଟ୍ରେନକୁ ବାତିଲ କରାଯାଇଥିବା  ବିମାନକୁ ମଧ୍ୟ ବାତିଲ କରାଯାଇଛି । ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ସେପଟେ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ଅଯଥାରେ ବାହାରକୁ ନ ବାହାରି ଘରେ ରହିବାକୁ ଅପିଲ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy rain in mumbai | Argus News