Videos
|
National

ରେଳ ଟ୍ରାକ୍ ସମେତ ରାସ୍ତା ଘାଟ ଚାରିଆଡେ ଜଳବନ୍ଦୀ ପରିସ୍ଥିତି 

Manini Pattanayak
Browse all articles by Manini Pattanayak
·1 year ago
ରେଳ ଟ୍ରାକ୍ ସମେତ ରାସ୍ତା ଘାଟ ଚାରିଆଡେ ଜଳବନ୍ଦୀ ପରିସ୍ଥିତି 

ନୂଆଦିଲ୍ଲୀ:  ମୁମ୍ବାଇରେ ପ୍ରବଳ ବର୍ଷା। ଏହି କାରଣରୁ ସହରର ସ୍ଥିତି ବେହାଲ ହୋଇଛି। ରେଳ ଟ୍ରାକ୍ ସମେତ ରାସ୍ତା ଘାଟ ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସଂନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାମ ନେଉନି। ସେପଟେ ଆଜି ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ହୋଇଛି।

ଏଥିସହ ମୁମ୍ବାଇ ପ୍ରଶାସନ ଲୋକଙ୍କ ଘରେ ରହିବାକୁ ଅନୁରୋଧ କରିଥିବା ବେଳେ ସ୍କୁଲ-କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି। ମୁମ୍ବାଇର ବହୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ରାସ୍ତା ଉପରେ ୩ରୁ ୪ ଫୁଟ୍ ଉଚ୍ଚର ପାଣି ବୋହୁଛି। ଏଥିପାଇଁ ସହରରେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଜାମ ମଧ୍ୟ ଲାଗିଛି।

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heavy rain in Mumbai. Due to this, the condition of the city has deteriorated. | Argus News