Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ସମେତ NCRର ଅଧିକାଂଶ ସ୍ଥାନରେ ବିଳମ୍ବିତ ରାତିଠୁ ପ୍ରବଳ ବର୍ଷା

Rashmita Mishra
Browse all articles by Rashmita Mishra
·11 months ago·1 min read
ଦିଲ୍ଲୀ ସମେତ NCRର ଅଧିକାଂଶ ସ୍ଥାନରେ ବିଳମ୍ବିତ ରାତିଠୁ ପ୍ରବଳ ବର୍ଷା

Key Points

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଦିଲ୍ଲୀ
ଦିଲ୍ଲୀ ସମେତ NCRର ଅଧିକାଂଶ ସ୍ଥାନରେ ବିଳମ୍ବିତ ରାତିଠୁ ପ୍ରବଳ ବର୍ଷା
ଆଜି ପାଇଁ ପ୍ରବଳ ବର୍ଷା ନେଇ IMD ପକ୍ଷରୁ ରେଡ ଆଲର୍ଟ ଜାରି
ଅନେକ ସ୍ଥାନରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଦିଲ୍ଲୀ । ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ସମେତ NCRର ଅଧିକାଂଶ ସ୍ଥାନରେ ବିଳମ୍ବିତ ରାତିଠୁ ପ୍ରବଳ ବର୍ଷା । ଆଜି ପାଇଁ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ରେଡ ଆଲର୍ଟ ଜାରି କରିଛି । ଅନେକ ସ୍ଥାନରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା । ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଟ୍ରାଫିକ୍ ବ୍ୟବସ୍ଥା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସେପଟେ ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁରର ହରିନଗରରେ ଭୁଶୁଡ଼ି ପଡ଼ିଛି ଏକ କୋଠା । କୋଠା ଭଷୁଡ଼ି ପଡ଼ିବାରୁ ଅନେକ ଲୋକ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି । ଅନ୍ୟପଟେ ହରିୟାଣା ପାନିପଥରେ ରାସ୍ତାରେ ଚାଲୁଛି ୪ ଫୁଟର ପାଣି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-lashed-most-parts-of-delhi-and-ncr-since-late-night | Argus News