Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାହାରେ ପ୍ରବଳ ବର୍ଷା: କାମ ନଥିଲେ ଘରୁ ବାହାରନ୍ତୁ ନାହିଁ

Ritu Das
Browse all articles by Ritu Das
·11 months ago·2 min read
ବାହାରେ ପ୍ରବଳ ବର୍ଷା: କାମ ନଥିଲେ ଘରୁ ବାହାରନ୍ତୁ ନାହିଁ

Key Points

ସାବଧାନ ! ବାହାରେ ପ୍ରବଳ ବର୍ଷା

କାମ ନଥିଲେ ଘରୁ ବାହାରନ୍ତୁ ନାହିଁ

ପୋଲିସ ଦେଲା ପରାମର୍ଶ

ବାହାରେ ପ୍ରବଳ ବର୍ଷା, କେତେବେଳେ କେଉଁ ମୁହୂର୍ତ୍ତରେ ବର୍ଷା ଢାଳୁଛି କିଛି ବି କହି ହେଉନି । ଲଗାଣ ବର୍ଷା ପାଇଁ ବେହାଲ ହେଉଛି ସ୍ଥିତି । ଥରେ ବର୍ଷା ଆରମ୍ଭ ହେଲେ ଛାଡିବାର ନାଁ ନେଉନି । ବର୍ଷା ପାଇଁ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି । ଲୋକେ ପାଣିରେ ଫସି ରହୁଛନ୍ତି । ଜୀବନ ଜଳବନ୍ଦୀ ହେଉଛି । ଘରୁ ବାହାରକୁ ବାହାରିଥିବା ଲୋକଟେ ଆଉ ଘରେ ପହଞ୍ଚି ପାରୁନି । ରାସ୍ତାରେ ବୁଡୁଛି ବାଇକ୍, ଭାସୁଛି କାର୍ । ନଈ ପାଲଟୁଛି ରାସ୍ତା । ଆଉ ଏତିକି ବେଳେ ଏସବୁ ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକଙ୍କ ପାଇଁ ପୋଲିସ ଜାରି କରିଛି ପରାମର୍ଶ। ଗତ ଦୁଇ ଦିନ ହେବ ବର୍ଷାରେ ବେହାଲ ହୋଇଥିବା ମୁମ୍ବାଇ ପାଇଁ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପରାମର୍ଶ ଦେଇଛି । ଏକ ଟୁଇଟ୍ କରି ପୋଲିସ ଲୋକଙ୍କୁ ବର୍ଷା ବେଳେ ଘରେ ରହିବାକୁ ପରାମର୍ଶ ଦେଇଛି ।


ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ମୁମ୍ବାଇ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ବର୍ଷା ସମୟରେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଜାରି କରିଛି ପୋଲିସ। ଏଥିସହ ସମୁଦ୍ର କୂଳ ଅଞ୍ଚଳ ବୁଲାବୁଲି ନ କରିବା ପାଇଁ ବି ପରାମର୍ଶ ଜାରି କରାଯାଇଛି । ପୋଲିସ ସବୁ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିଛି । କୌଣସି ବି ପରିସ୍ଥିତିର ସାମ୍ନା କରୁଥିଲେ ଲୋକଙ୍କୁ ୧୦୦ରେ ଫୋନ୍ କରିବାକୁ କହିଛି । ମୁମ୍ବାଇ, ନଭି ମୁମ୍ବାଇ, ଥାନେ ଆଦି ଅନେକ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଗାଣ ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଥିବାରୁ ପୋଲିସ ଆଗୁଆ ସତର୍କ କରାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-outside-dont-leave-home-unless-you-have-work | Argus News