School Holiday / ପ୍ରବଳ ବର୍ଷା ତାଣ୍ଡବ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା
·1 month ago·2 min read

Key Points
ମୂଷଳଧାରାରେ ବର୍ଷା ପ୍ରବଳ ଜଳବନ୍ଦୀ ଯୋଗୁଁ ସମସ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଆଜି ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି।...
କିଛିଦିନ ହେଲା ସାରା ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଲୋକଙ୍କ ଅସ୍ତବ୍ୟସ୍ତ କରିଲାଣି ଏହି ବର୍ଷା। ସାଧାରଣ ଜୀବନଯାତ୍ରା ବର୍ଷା ପାଇଁ ବ୍ୟାହତ ହେଉଛି। କେଉଁଠି କେଉଁଠି ଜଳବନ୍ଦୀରେ ଅଛନ୍ତି ଲୋକେ। ସେପଟେ ଆସାମ ଏବଂ କେରଳରେ ବର୍ଷା ପାଇଁ ଜଳପ୍ରଳୟ ହୋଇଛି। ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ମୂଷଳଧାରାରେ ବର୍ଷା ପ୍ରବଳ ଜଳବନ୍ଦୀ ଯୋଗୁଁ, କୌଶାମ୍ବୀ ଏବଂ ପ୍ରୟାଗରାଜ ଜିଲ୍ଲାର ସମସ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଆଜି ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି। ପାଗ ଏବଂ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସନ୍ତାକାଲି ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି। ଏହି ନିର୍ଦ୍ଦେଶ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଅନୁବନ୍ଧିତ ସ୍କୁଲ ସମେତ ସମସ୍ତ ସ୍କୁଲ ଏବଂ CBSE/ICSE ସମେତ ସମସ୍ତ ବୋର୍ଡ ସହ ଅନୁବନ୍ଧିତ ସ୍କୁଲ ପାଇଁ ଲାଗୁ କରାଯାଇଛି। କୌଶମ୍ବୀ ଜିଲ୍ଲାର ଶିକ୍ଷା ଅଧିକାରୀ କମଳେନ୍ଦ୍ର କୁଶଓ୍ବାହା ଚାରିଆଡେ ଜଳବନ୍ଦୀ ସ୍ଥିତିକୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହାସହ ପଢ଼ନ୍ତୁ: ଆସାମରେ ଭୟଙ୍କର ବନ୍ୟା…ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି, ୧.୨୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ସହର ଏବଂ ଗ୍ରାମାଞ୍ଚଳମାନଙ୍କରେ ପ୍ରବଳ ବର୍ଷା ହେବାପରେ ଚାରିଆଡେ ଜଳାର୍ଣ୍ଣବ ହୋଇ ଉଠିଥିଲା। ପ୍ରଶାସନ ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଶୀ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ନେଇଥିଲେ।
- ଆଦେଶର ମୁଖ୍ୟ ଘୋଷଣା ହେଉଛି

- ପ୍ରୟାଗରାଜରେ ହାଇ ଆଲର୍ଟ
ସହର ଏବଂ ଗ୍ରାମାଞ୍ଚଳମାନଙ୍କରେ ପ୍ରବଳ ବର୍ଷା ହେବାପରେ ଚାରିଆଡେ ଜଳାର୍ଣ୍ଣବ ହୋଇ ଉଠିଥିଲା। ପ୍ରଶାସନ ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଶୀ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ନେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅଭିଭାବକଙ୍କୁ ଜରୁରୀ ଉପଦେଶ
ସମସ୍ତ ଅଭିଭାବକଙ୍କୁ ନିବେଦନ କରାଯାଇଛି ଯେତେବେଳେ ମୂଷଳ ଧାରାରେ ବର୍ଷା ଲାଗି ରହୁଛି ସେତେବେଳେ ଆପଣ ଆପଣଙ୍କ ଛୁଆଙ୍କୁ ଘରୁ ବାହାରିବାକୁ ଦିଅନ୍ତୁ ନାହିଁ। ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପିଲାଙ୍କ ସୁରକ୍ଷାକୁ ନେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉତ୍ତର ପ୍ରଦେଶକୁ ମୌସୁମୀ ଝଡ଼ ଯୋଗୁ ସମଗ୍ର ରାଜ୍ୟକୁ ଜଳମଗ୍ନ କରିଛି। ଗତ ୨୪ରୁ ୪୮ଘଣ୍ଟାା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ବହୁ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଡଙ୍ଗା ଚଳାଚଳ କରିବା ଅସମ୍ଭବ ହୋଇପଡ଼ିଛି, ଯେତେବେଳେ ତଳିଆ ଅଞ୍ଚଳରେ ଘର ଏବଂ ଦୋକାନଗୁଡ଼ିକ କିଛି ଫୁଟ ପାଣିରେ ବୁଡ଼ି ରହିଛି। ପାଣିପାଗ ବିଭାଗ ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି।
Related Topics
Explore more stories