Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରାଖଣ୍ଡରୁ ଗୁଜରାଟ ସବୁଠି ବର୍ଷା ବିତ୍ପାତ

Ritu Das
Browse all articles by Ritu Das
·2 years ago·1 min read
ଉତ୍ତରାଖଣ୍ଡରୁ ଗୁଜରାଟ ସବୁଠି ବର୍ଷା ବିତ୍ପାତ

ଅର୍ଗସ ବ୍ୟୁରୋ: କିଛି ଦିନ ପୂର୍ବରୁ ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ଡହଳ ବିକଳ ହେଉଥିବାବେଳେ ଏବେ ମୂଷଳଧାରା ବର୍ଷା ଯୋଗୁଁ ଅନେକ ରାଜ୍ୟରେ ହାହାକାର ପରିସ୍ଥିତି ଦେଖା ଦେଇଛି । ବିଶେଷ କରି ଉତ୍ତରାଖଣ୍ଡ ଓ ଗୁଜୁରାଟରେ ଭୀଷଣ ବନ୍ୟା ସ୍ଥତି ସୃଷ୍ଟି ହୋଇଛି । ମୌସୁମୀ ବର୍ଷାରେ ଉତ୍ତରାଖଣ୍ଡ, ଗୁଜୁରାଟ, ଆସାମ, ଅରୁଣାଚଳପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇପଡିଛି। 

ରବିବାର ମୂଳ ବର୍ଷା ଯୋଗୁଁ ଡେରାଡୁନ୍ – ମସୁରୀ ହାଇୱେ କିଙ୍ଗ ବନ୍ଦ ହୋଇଯାଇଛି । ଏହା ମଧ୍ୟରେ ଅନେକ ଯାନବାହାନ ମଧ୍ୟ ଫସିରହିଥିବା ସୂଚନା ରହିଛି । ଏହାସହ ହରିଦ୍ୱାରରେ ମଧ୍ୟ ଭାରୀ ବର୍ଷା ଯୋଗୁଁ ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଛି।

ଗତ ୨୪ ଘଣ୍ଟାରେ ବାଗେଶ୍ୱର, ନୈନିତାଲ, ରୁଦ୍ରପୟାଗ ଓ ଚମୋଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଅନେକ ସ୍ଥାନରେ କାର ଗୁଡିକ ଭାସିଯାଉଥିବାର ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ ରାସ୍ତା ଧସିବାରୁ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟରେ ଏସଆରଏଫ ଓ ଏନଡିଆରଏଫ ନିୟୋଜିତ ହୋଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Heavy Rainfall | Argus News