Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଥମ ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ

Smruti Parija
Browse all articles by Smruti Parija
·1 year ago·1 min read
ପ୍ରଥମ ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ

Key Points

ମୁମ୍ବାଇରେ ପ୍ରବଳ ବର୍ଷା

ପ୍ରଥମ ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ। ମୁମ୍ବାଇ ଓ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ହୋଇ ମୁଖ୍ୟ ରାସ୍ତା ତଥା ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି । ସହର ସାରା ଟ୍ରାଫିକ୍ ଜାମ୍‌ ହେବା ଫଳରେ ସହ ସହରବାସୀଙ୍କ ସାଧାରଣ ଜୀବନଯାତ୍ରା ପ୍ରଭାବିତ କରିଛି । ଲୋକମାନେ କେଉଁଠି ଅଣ୍ଟାଏ ତ କେଉଁଠୁ ଆଣ୍ଠୁଏ ଗଭୀର ଜଳରେ ଯିବା ଆସିବାକୁ ବାଧ୍ୟ ହେଉଛନ୍ତି ।


ଫଳରେ ରେଳ ଓ ବସ ଚଳାଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଲୋକାଲା ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସକୁ ଆସୁଥିବା ଟ୍ରେନ ବଳମ୍ବରେ ଚାଲୁଛି । ମୁମ୍ବାଇର କୁର୍ଲା, ବିଦ୍ୟା ବିହାର, ସାୟନ, ଦାଦର ଓ ପରେଲ ଆଦି ଅଞ୍ଚଳରେ ଏବେ ବି ବର୍ଷା ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମୁମ୍ବାଇରେ ଆଗାମୀ 5 ରୁ 7 ଘଣ୍ଟା ମଧ୍ୟମ ଧରଣର ବର୍ଷା ଜାରି ରହିବ । ସେପଟେ ମମ୍ବାଇ ମହାନଗର ନିଗମ ଲୋକଙ୍କୁ ବିନା କାରଣରେ ଘରୁ ନବାହାରିବାକୁ ଅନୁରୋଧ କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନା ସନ୍ଦେ ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ସେପଟେ ଦିଲ୍ଲୀରେ ମଧ୍ୟ ବର୍ଷାରେ ବେହାଲ୍ ସ୍ଥିତି । ରାସ୍ତା ଘାଟ ପାଣି ଜମି ରହିଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳର ଜଳାର୍ଣ୍ଣବ ହୋଇପଡିଛି । ରାସ୍ତାରେ ଅଣ୍ଟା ଲେଖାଏଁ ପାଣି ଜମା ରହିଥିବାରୁ ଲୋକଙ୍କୁ ଯିବା ଆସିବାରେ ସମସ୍ୟା ଦେଖାଦେଇଛି । ଦିଲ୍ଲୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ବର୍ଷା ସାଙ୍ଗକୁ ଝଡତୋଫାନ ମଧ୍ୟ ହୋଇଥିଲା ।

Sponsored
heavy-rainfall-in-mumbai | Argus News