ପ୍ରବଳ ବର୍ଷାରେ ବେହାଲ ରାଜସ୍ଥାନ, ୧୯ଟି ଗେଟ୍ ମଧ୍ୟରୁ ୮ଟି ଖୋଲା
·1 year ago·1 min read

Key Points
ପ୍ରବଳ ବର୍ଷାରେ ବେହାଲ୍ ରାଜସ୍ଥାନ
ବିଭିନ୍ନ ସ୍ଥାନରେ ବର୍ଷା ଜାରି
କୋଟା ବ୍ୟାରେଜର ୧୯ଟି ଗେଟ୍ ମଧ୍ୟରୁ ୮ଟି ଖୋଲାଯାଇଛି
ପ୍ରବଳ ବର୍ଷାରେ ବେହାଲ୍ ରାଜସ୍ଥାନ । କୋଟା, ଆଜମେର, ଯୋଧପୁର୍, ଚିତ୍ତୋରଗଡ଼, ପାଲି, ଭିଲୱାରା, ବାଂଶୱାରା ଏବଂ ବ୍ୟାୱାର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । କୋଟା ଜିଲ୍ଲାର ମୋଦକ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଘର, ସ୍କୁଲ, ହସ୍ପିଟାଲ ଏବଂ ଏଟିଏମ୍ ମଧ୍ୟ ପାଣିରେ ଭର୍ତ୍ତି ହୋଇଯାଇଛି । କୋଟା ବ୍ୟାରେଜର ୧୯ଟି ଗେଟ୍ ମଧ୍ୟରୁ ୮ଟି ଖୋଲାଯାଇଛି ।
ସେହିପରି ଆଜମେରରେ ବର୍ଷା ସମୟରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଆଜମେରର କଚେରୀ ରୋଡରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏସପିଙ୍କ ଅଫିସରେ ପାଣି ପଶିଛି । ଯୋଧପୁରରେ ବି ବର୍ଷା ପାଣି ଜମି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଚିତ୍ତୋରଗଡ଼ରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: