ଉତ୍ତରାଖଣ୍ଡରେ ଭୟଙ୍କର ବର୍ଷା ବିତ୍ପାତ ସହ ଭୂସ୍ଖଳନ: ୨ ମୃତ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ଭୂ-ସ୍ଖଳନ ହୋଇଛି। ବଡ଼ ବଡ଼ ଆଖି ପଲକ ପକାଇବା କ୍ଷଣି ଧସି ଯାଉଛି। ବର୍ଷା ବିତ୍ପାତ ଯୋଗୁ ଘାଟି ରାସ୍ତା ଗୁଡ଼ିକ ପ୍ରତି ସେକେଣ୍ଡରେ ଧସିଯାଉଛି। ଗତ କିଛି ଦିନ ହେଲା ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବର୍ଷା ହେଉଛି। ଯେଉଁଆଡେ ଚାହିଁବ ସବୁଠି ଜଳାର୍ଣ୍ଣବ ସ୍ଥିତି। ଉତ୍ତରାଖଣ୍ଡ ସବୁ ଜାତୀୟ ରାଜପଥ ବନ୍ଦ କରାଯାଇଛି। ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟାରେ ପର୍ଯ୍ୟଟକ ବର୍ଷାରେ ଫସିକି ରହିଛନ୍ତି।
ସେପଟେ ଉତ୍ତରାଖଣ୍ଡରେ ପ୍ରବାହିତ ଅଳକାନନ୍ଦ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅଳକନନ୍ଦାର ଭୟଙ୍କର ଗର୍ଜନ ଲୋକଙ୍କୁ ଆତଙ୍କିତ କରୁଛି। ଗଙ୍ଗା ଏବଂ ବିଷ୍ଣୁ ପ୍ରୟାଗ ନଦୀ ମଧ୍ୟ ବିପଦସଙ୍କେତ ଉପରେ ରହିଛି।
ବଦ୍ରିନାଥ ଯିବାକୁ ଥିବା ଜାତୀୟରାଜପଥକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। କାରଣ ବର୍ଷା କାରଣରୁ ବଡ଼ ବଡ଼ ପାହାଡ଼ ଧସୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ଷା ହେଲେ ବଡ଼ ବଡ଼ ଗାଡ଼ି ଗୁଡ଼ିକ ଭାସିଯାଇ ଦୁର୍ଘଟଣା ଘଟୁଛି। ଲୋକଙ୍କ ପ୍ରାଣହାନୀ ଘଟୁଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ଗୁଡ଼ିକ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କୁ ବର୍ଷା ଦିନରେ ଏହି ସ୍ଥାନ ଗୁଡ଼ିକୁ ନ ଆସିବାକୁ ଅନୁରୋଧ କରାଯାଇଛି।
📱 Get Argus News App
✨ସୂଚନା ଥାଉ କି, ଗତ ଶନିବାର ଚମୋଲି ଜିଲ୍ଲାରେ ୨ଜଣ ପର୍ଯ୍ୟଟକ ଭୂ-ସ୍ଖଳନରେ ପ୍ରାଣ ହରାଇଛନ୍ତି। ସେମାନେ ହାଇଦ୍ରାବାଦରୁ ଆସିଥିବା ପୋଲିସ ସୂଚନା ଦେଇଛି। ପ୍ରବଳ ବର୍ଷା କାରଣରୁ ଚାରି ଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି। ସ୍ଥିତି ଠିକ ନ ହେବା ଯାଏ ଏହି ଯାତ୍ରା ବନ୍ଦ ରହିବ।
ଅଧିକ ପଢ଼ନ୍ତୁ ଭାରତ ଖବର

