ଗୁଜରାଟରେ ପ୍ରବଳ ବର୍ଷା: ୨୪ଜଣଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ଗୁଜରାଟରେ ଅଦିନିଆ ବର୍ଷା । ବର୍ଷା ସାଙ୍ଗକୁ ପ୍ରବଳ ଘଡଘଡି ଯୋଗୁଁ ଗୋଟିଏ ଦିନରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୩ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବର୍ଷା ଯୋଗୁଁ ଶୀତକାଳୀନ ଫସଲ ବି ନଷ୍ଟ ହୋଇଯାଇଛି । ଏହାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଗୁଜରାଟର ଦାହୋଦ ଜିଲ୍ଲାରେ ପ୍ରବଳ ବର୍ଷାରେ ଲୋକଙ୍କ ସ୍ଥିତି ବେହାଲ ହୋଇଛି। ପ୍ରବଳ ପବନ ଏବଂ ବର୍ଷା କାରଣରୁ ସୁରତ, ଜୁନାଗଡ଼ ଏବଂ ନର୍ମଦା ଅଞ୍ଚଳରେ ମାଟି ଘର ସବୁ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୨୯ଟି ଜାଗାରେ ଝୁମ୍ପୁଡ଼ି ଘର ମାଟିରେ ମିଶିବା ସହ ଫସଲ ସବୁ ନଷ୍ଟ ହୋଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: