Videos
|
National

ମୁମ୍ବାଇରେ ପ୍ରବଳ ବର୍ଷା: ବାତିଲ ହେଲା ୫୦ର ଅଧିକ ବିମାନ

Ritu Das
Browse all articles by Ritu Das
·2 years ago
ମୁମ୍ବାଇରେ ପ୍ରବଳ ବର୍ଷା: ବାତିଲ ହେଲା ୫୦ର ଅଧିକ ବିମାନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା। ଫଳରେ ମୁମ୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି। ଗାଡ଼ି ମଟର ସ୍ବାଭାବିକ ଭାବେ ଯାତାୟତ କରିପାରୁ ନ ଥିବାରୁ ଟ୍ରାଫିକ ଜାମ ଭଳି ସ୍ଥିତି ଉପୁଜୁଛି। ବର୍ଷା କାରଣରୁ ମୁମ୍ବାଇ ବିମାନବନ୍ଦରରେ ୫୦ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହାଛଡ଼ା ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୨୭ଟି ଫ୍ଲାଇଟକୁ ଅନ୍ୟ ବିମାନ ବନ୍ଦରରେ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି। ଗତକାଲି ରାତି ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା। ପାଖାପାଖି ୩୦୦ ମିମି ବର୍ଷା ରେକର୍ଡ କରାଯାଇଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored