Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିମଲା, ମଣ୍ଡିରେ ବାଦଲଫଟା ବର୍ଷା: ୨ମୃତ

Ritu Das
Browse all articles by Ritu Das
·1 year ago·1 min read
ସିମଲା, ମଣ୍ଡିରେ ବାଦଲଫଟା ବର୍ଷା: ୨ମୃତ

ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ଜାରି ରହିଛି ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୫୦ ଜଣ ନିଖୋଜ ହୋଇଯାଇଛନ୍ତି। ସିମଲାର ରାମପୁର ଅଞ୍ଚଳର ସମେଜ ଖଡ୍ଡ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି । 

ସେହିପରି ମଣ୍ଡିର ପଧର ଉପମଣ୍ଡଳର ଥଲଟୁଖୋଡ ଅଞ୍ଚଳରେ ମଧ୍ୟ ବାଦଲଫଟା ବର୍ଷା ବଡ଼ ଧରଣର ଅଘଟଣ ଘଟାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rains | Argus News