ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଚାରଧାମକୁ ଯାଇଥିବା ୨୦୦ ଯାତ୍ରୀ ଫସିଲେ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ତେହେରୀସ୍ଥିତ ଭିଲଙ୍ଗାନା ବ୍ଲକର ନୌତାଡ଼ ତୋକରେ ବାଦଲ ଫାଟିବାରୁ ପ୍ରବଳ କ୍ଷୟକ୍ଷତି ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବୃଜେଶ ଭଟ୍ଟ କହିଛନ୍ତି ଯେ ନୌତାଡ଼ ତୋକରେ ଏକ ହୋଟେଲ ଭାସିଯାଇଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଚାର ଧାମ ଯାତ୍ରାରେ କେଦାରନାଥ ଧାମକୁ ଯାଇଥିବା ପ୍ରାୟ ୨୦୦ ତୀର୍ଥଯାତ୍ରୀ ଫସିଛନ୍ତି । ସେମାନଙ୍କୁ ବାହାର କରିବା ପାଇଁ ଏକ ରେସକ୍ୟୁ ଅପରେସନ୍ କରାଯାଉଛି । ସେପଟେ ସକାଳୁ ହିମାଚଳ ପ୍ରଦେଶ, ସିମଲା ଏବଂ ମଣ୍ଡିରେ ଭୟଙ୍କର ବାଦଲଫଟା ବର୍ଷା ହେବାରୁ ୩୦ ଜଣ ନିଖୋଜ ଅଛନ୍ତି।
ତେହେରୀର ହୋଟେଲ ଭାସିଯିବା ପରେ ଏହାର ମାଲିକ ଭାନୁ ପ୍ରସାଦ (୫୦), ତାଙ୍କ ପତ୍ନୀ ନୀଲମ ଦେବୀ (୪୫) ଏବଂ ପୁଅ ଭିପିନ (୨୮) ନିଖୋଜ ହୋଇଯାଇଥିଲେ । ଉଦ୍ଧାର ସମୟରେ ଭାନୁ ଏବଂ ତାଙ୍କ ପତ୍ନୀ ନୀଲମଙ୍କ ମୃତଦେହ ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ଉଦ୍ଧାର କରାଯାଇଥିଲା । କିନ୍ତୁ ତାଙ୍କ ପୁଅ ଏଯାଏ ନିଖୋଜ ଅଛନ୍ତି । ସେପଟେ ହିମାଚଳରେ ବାଦଲଫଯା ବର୍ଷା ହେବାରୁ ୨୮ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜୁଛି ଏନଡିଆରଏଫ ଏବଂ ଏସଡିଆରଏଫ ଟିମ।
ଉତ୍ତରାଖଣ୍ଡର ପାହାଡ଼ିଆ ଜିଲ୍ଲା ପାଇଁ ବର୍ଷା ଏକ ବିପର୍ଯ୍ୟୟ ପାଲଟିଛି । ବୁଧବାର ରାତିରେ ତେହେରୀରେ ବାଦଲ ଫାଟିବାରୁ ବିପର୍ଯ୍ୟୟ ଘଟିଛି । ହଠାତ୍ ପର୍ବତ ଶିଖରରୁ ଆସିଥିବା ପାଣି ଏକ ହୋଟେଲକୁ ଧୋଇ ନେଇଛି । ଅନେକ ପଶୁ ମଧ୍ୟ ପାଣିରେ ପ୍ରବାହିତ ହେବାକୁ ଲାଗିଥିଲେ । ଦୁର୍ଘଟଣା ସମୟରେ ହୋଟେଲରେ କୌଣସି ଯାତ୍ରୀ ନଥିଲେ । ସେଠାରେ କେବଳ ହୋଟେଲ ମାଲିକ ଭାନୁ ପ୍ରସାଦ, ତାଙ୍କ ପତ୍ନୀ ନୀଲମ ଦେବୀ ଏବଂ ପୁଅ ଭିପିନ ଥିଲେ । ଏହି ତିନିଜଣ ପାଣିରେ ବୁଡି ଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର