Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କଶ୍ମୀରରେ ତାଣ୍ଡବ ରଚିଲା ବାଦଲ ଫଟା ବର୍ଷା, ୧୨ଜଣଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·11 months ago·1 min read
ଜମ୍ମୁ-କଶ୍ମୀରରେ ତାଣ୍ଡବ ରଚିଲା ବାଦଲ ଫଟା ବର୍ଷା, ୧୨ଜଣଙ୍କ ମୃତ୍ୟୁ

Key Points

ଜମ୍ମୁ-କଶ୍ମୀରରେ ତାଣ୍ଡବ ରଚିଲା ବାଦଲ ଫଟା ବର୍ଷା

ଏପର୍ଯ୍ୟନ୍ତ ୧୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି

କିସ୍ତୱାଡ ସହିତ, କଶ୍ମୀରର ରଜୌରୀ ଏବଂ ମେଣ୍ଢରରେ ମଧ୍ୟ ବାଦଲଫଟା ବର୍ଷା ହୋଇଥିବା ଜଣାଯାଇଛି

ଶ୍ରଦ୍ଧାଳୁଙ୍କ ପାଇଁ କାଳ ହେଲା ବାଦଲଫଟା ବର୍ଷା। ଜମ୍ମୁ କଶ୍ମୀରର କିସ୍ତୱାଡ ଜିଲ୍ଲାରେ ତାଣ୍ଡବ ରଚିଲା ପ୍ରକୃତି। ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ମାଟି ମିଶା ପାଣି ତଳେ ଚାପି ହୋଇଯାଇଛନ୍ତି ଶହ ଶହ ଲୋକ‌। ଏପର୍ଯ୍ୟନ୍ତ ୧୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା କୁହାଯାଉଛି। ଏହି ବିପର୍ଯ୍ୟୟ ଘଟିଛି କିସ୍ତୱାଡ ଜିଲ୍ଲାର ପଡ୍ଦର ସବ-ଡିଭିଜନରେ। ପଡ୍ଦରର ଚିଶୋଟି ଗାଁର ମଚୈଲ ମାତା ମନ୍ଦିର ନିକଟରେ ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ପାଇଁ ସେଠାରେ ଏକତ୍ରିତ ହୋଇଥିବା ଅନେକ ଶ୍ରଦ୍ଧାଳୁ ଭାସିଯାଇଛନ୍ତି।


ଖବର ମିଳିବା ପରେ ଘଟଣାସ୍ଥଳକୁ ଯିବା ପାଇଁ ଉଦ୍ଧାରକାରୀ ଟିମ୍ ପ୍ରୟାସ ଆରମ୍ଭ କରିଛି। ଯିବା ଆସିବା ପାଇଁ ବ୍ୟବହୃତ ରାସ୍ତା ଧୋଇଯାଇଥିବାରୁ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚିବାକୁ ବିଳମ୍ବ ହେଉଛି । କିସ୍ତୱାଡ ସହିତ, କଶ୍ମୀରର ରଜୌରୀ ଏବଂ ମେଣ୍ଢରରେ ମଧ୍ୟ ବାଦଲଫଟା ବର୍ଷା ହୋଇଥିବା ଜଣାଯାଇଛି। ସୂଚନା ମିଳିଛି ଯେ, ଧାର୍ମିକ ତୀର୍ଥଯାତ୍ରା ପାଇଁ ଲୋକମାନେ ଘଟଣା ଘଟିଥିବା ସ୍ଥାନରେ ଏକାଠି ହୋଇଥିଲେ। ସେଠାରେ ପୂଜାର୍ଚ୍ଚନା ପାଇଁ ତମ୍ବୁ ଲଗାଯାଇଥିଲା ଏବଂ ଭକ୍ତମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ପହଞ୍ଚି ପୂଜା ପାଇଁ ପ୍ରସ୍ତୁତି କରୁଥିବା ବେଳେ ହଠାତ୍ ମାଡ଼ିଆସିଥିଲା ପ୍ରଳୟଙ୍କାରୀ ବନ୍ୟା। ହଠାତ୍ ଉପରମୁଣ୍ଡରେ ବାଦଲଫଟା ବର୍ଷା ହେବାରୁ ପାଣି ପ୍ରଖର ବେଗରେ ତଳକୁ ଆସିଥିଲା। ଲୋକଙ୍କ ପାଖରେ ଏହାର କୌଣସି ସୂଚନା ନଥିବାରୁ ସେମାନେ ସଚେତନ ହୋଇପାରିନଥିଲେ, ଯାହାଫଳରେ ଏକାଧିକ ଲୋକ ପାଣି‌ସ୍ରୋତରେ ଭାସିଯାଇଥିବା ଜଣାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rains-wreak-havoc-in-jammu-and-kashmir-12-people-killed | Argus News