Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ ତୁଷାରପାତ; ଶୀତରେ ଥରୁଛି ଉତ୍ତର ଭାରତ

Smruti parija
Browse all articles by Smruti parija
·1 year ago·1 min read
ପ୍ରବଳ ତୁଷାରପାତ; ଶୀତରେ ଥରୁଛି ଉତ୍ତର ଭାରତ

Key Points

ଶୀତରେ ଥରୁଛି ଉତ୍ତର ଭାରତ । ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ତୁଷାରପାତ ହୋଇଛି ।

ଅର୍ଗସ ବ୍ୟୁରୋ: ଶୀତରେ ଥରୁଛି ଉତ୍ତର ଭାରତ । ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳ ପ୍ରଦେଶରେ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି । କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା, କୁଲ୍ଲୁ, ମଣ୍ଡି, ଚାମ୍ବା ଏବଂ ସିର୍ମଉର ଜିଲାର ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇଛି । ରାସ୍ତା ଅବରୋଧ ହୋଇଥିବାରୁ ଶିମ୍‌ଲାର ହୋଟେଲରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଛି । ଶିମ୍‌ଲାରେ ସର୍ବାଧିକ ୧୪୫ ରାସ୍ତା ଅବରୋଧ ହୋଇଥିବାବେଳେ କୁଲ୍ଲୁରେ ୨୫ ଏବଂ ମଣ୍ଡି ଜିଲ୍ଲାରେ ୨୦ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ସେହିପରି ରାଜସ୍ଥାନ ଓ ଦିଲ୍ଲୀରେ ବର୍ଷା ହୋଇଥିବାରୁ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-snow-fall-in-north-india | Argus News