Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତର ଭାରତରେ ପ୍ରବଳ ତୁଷାରପାତ

Ritu Das
Browse all articles by Ritu Das
·2 years ago
ଉତ୍ତର ଭାରତରେ ପ୍ରବଳ ତୁଷାରପାତ

ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ପ୍ରବଳ ତୁଷାରପାତ । ଜମ୍ମୁ କାଶ୍ମୀରଠୁ ନେଇ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ରକ୍ତ ଜମାଇ ଦେଲା ଭଳି ଥଣ୍ଡା ଅନୁଭୁତ ହେଉଛି । କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ରାସ୍ତାରେ ଜମି ରହିଛି ବରଫ । ଅନେକ ଅଞ୍ଚଳକୁ ଯିବା ମଧ୍ୟ ସମ୍ଭବ ହେଉନାହିଁ। 

ଫେବ୍ରୁଆରୀ ୪ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣୁ ୫ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ବିହାରରେ କୋଲ୍ଡ ଡେ ଆଲର୍ଟ ଜାରି କରାଯାଇଛି । ତେବେ ବରଫ ଦେଖିବାକୁ କାଶ୍ମୀରକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଲମାର୍ଗରେ ବରଫପାତର ମଜା ନେଉଛନ୍ତି ଲୋକେ । ଭାରତର ଏହି ଭୂସ୍ବର୍ଗକୁ ଦେଖିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy snowfall | Argus News