Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରାଖଣ୍ଡ ଉତ୍ତରକାଶୀ ଗଙ୍ଗାନାନି ନିକଟରେ ହେଲିକପ୍ଟର ଦୁର୍ଘଟଣା: ୫ମୃତ

Ritu Das
Browse all articles by Ritu Das
·1 year ago
ଉତ୍ତରାଖଣ୍ଡ ଉତ୍ତରକାଶୀ ଗଙ୍ଗାନାନି ନିକଟରେ ହେଲିକପ୍ଟର ଦୁର୍ଘଟଣା: ୫ମୃତ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଆଜି ସକାଳୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି । ହେଲିକପ୍ଟରରେ ମୋଟ ୭ ଜଣ ଯାତ୍ରୀ ଥିଲେ । ଡେରାଡୁନକୁ ହର୍ଷିଲକୁ ହେଲିକପ୍ଟରଟି ଯାଉଥିବା ସୂଚନା ରହିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଖବର ସୋସିଆଲ ମିଡିଆରେ ସେୟାର କରିବା ସହ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।


ହେଲିକପ୍ଟରରେ ପର୍ଯ୍ୟଟକମାନେ ଡେରାଡୁନରୁ ହର୍ଷିଲ ହେଲିପ୍ୟାଡକୁ ଯାଉଥିଲେ। ଦୁଇ ସ୍ଥାନ ମଧ୍ୟରେ ଦୂରତା ପାଖାପାଖି ୩୦ କିଲୋମିଟର । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧବାଟରେ ଏକ ଘଞ୍ଚ ଜଙ୍ଗଲରେ ହେଲିକପ୍ଟରଟି ଖସିପଡିଲା । ଉତ୍ତରକାଶୀ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
helicopter-accident-near-ganganani-uttarakhand-uttarkashi-5-dead | Argus News