ଅଳ୍ପକେ ବର୍ତ୍ତିଲେ ୬ଭକ୍ତ

ଅର୍ଗସ ବ୍ୟୁରୋ: କେଦାରନାଥରେ ହେଲିକପ୍ଟରରୁ ଅବତରଣ କରିବା ବେଳେ ଭକ୍ତମାନେ ଅଳ୍ପକେ ବର୍ତ୍ତିଲେ ଭକ୍ତ ମାନେ।ପାଇଲଟଙ୍କ ଉପସ୍ଥିର ବୁଦ୍ଧି ଯୋଗୁଁ । ଉତ୍ତରପ୍ରଦେଶର ରୁଦ୍ରପ୍ରୟାଗରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ୬ ଜଣ ଭକ୍ତଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଗଲା କିନ୍ତୁ ଶେଷରେ ନିରାପଦରେ ଅବତରଣ କଲା ।
କେଦାରନାଥରେ ଏକ ଘରୋଇ କମ୍ପାନୀର ହେଲିକପ୍ଟରକୁ ଯାନ୍ତ୍ରିକ ତ୍ରୁଟି ହେତୁ ହେଲିପ୍ୟାଡଠାରୁ ମାତ୍ର କିଛି ମିଟର ଦୂରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ସବୁଠାରୁ ବଡ କଥା ହେଉଛି ଏହି ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ ଏବଂ ହେଲିକପ୍ଟରରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ହେଲିକପ୍ଟରରେ ୬ ଜଣ ଭକ୍ତଙ୍କ ସମେତ ଜଣେ ପାଇଲଟ ଥିଲେ ତେବେ ମୋଟ ମୋଟ ୭ ଜଣ ଥିଲେ। କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏହି ହେଲିକପ୍ଟରଟି ଗୁପ୍ତକାଶୀ ଏବଂ ସୋନପ୍ରାୟାଗ ମଧ୍ୟରେ ଶେର୍ସି ହେଲିପ୍ୟାଡରୁ ଉଡ଼ା ଯାଇଥିଲା ଏବଂ ପାଇଲଟଙ୍କ ବୁଦ୍ଧି ହେତୁ ବୌଷୟିକ ତ୍ରୁଟି ସତ୍ତ୍ଵବି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା
A Leonardo A119 Koala helicopter owned by Kestrel Aviation, Callsign VT-CLR, lost control at about 0700h today morning as it approached the Kedarnath Helipad for landing in Uttarakhand.
It was a miraculous escape for the crew and the six passengers onboard the helicopter.
The… pic.twitter.com/9oMEUhDtZY
📱 Get Argus News App
✨
ଶୁକ୍ରବାର ସକାଳ 7 ଟାରେ ଏହି ଘଟଣା ଘଟିଛି
ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ହେଲିକପ୍ଟରରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି ଏବଂ ଭକ୍ତମାନଙ୍କୁ ଭଗବାନ କେଦାରନାଥଙ୍କ ଦର୍ଶନ ଦିଆଯାଇଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ସକାଳ 7 ଟାରେ କ୍ରିପ୍ଟାଲ ଆଭିଏସନ କମ୍ପାନୀର ହେଲିକପ୍ଟର ଗୁପ୍ତକାଶି ଏବଂ ସୋନପ୍ରାୟାଗ ମଧ୍ୟରେ ଥିବା ଶେର୍ସି ହେଲିପ୍ୟାଡରୁ ଉଡ଼ାଣ ହୋଇଥିଲା ।ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ଏହି ସମୟରେ ବୌଷୟିକ ତ୍ରୁଟି ବିଷୟରେ ସୂଚନା ପାଇବା ମାତ୍ରେ ପାଇଲଟ କେଦାରନାଥ ହେଲିପ୍ୟାଡଠାରୁ କିଛି ଦୂରରେ ହେଲିକପ୍ଟରର ଜରୁରୀ ଅବତରଣ କରିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର: