Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକାଶରୁ ନମସ୍କାର, ଶୁଭାଂଶୁ କହିଲେ ଅନନ୍ୟ ଅନୁଭୂତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହାକାଶରୁ ନମସ୍କାର, ଶୁଭାଂଶୁ କହିଲେ ଅନନ୍ୟ ଅନୁଭୂତି

Key Points

ମହାକାଶରୁ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁଳ୍ପାଙ୍କ ବାର୍ତ୍ତା

ମହାକାଶରୁ ଜଣାଇଲେ ନମସ୍କାର ବାର୍ତ୍ତା

ମହାକାଶଚାରୀଙ୍କ ସହ ତାଙ୍କର ଅନୁଭୂତି ଅନନ୍ୟ ବୋଲି କହିଛନ୍ତି ଶୁଭାଂଶୁ

ମହାକାଶରୁ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁଳ୍ପାଙ୍କ ବାର୍ତ୍ତା । ମହାକାଶରୁ ସେ ନମସ୍କାର କରିବା ସହ ଅନ୍ୟ ମହାକାଶଚାରୀଙ୍କ ସହ ତାଙ୍କର ଅନୁଭୂତି ଅନନ୍ୟ ବୋଲି କହିଛନ୍ତି । ଗତକାଲି ଉତ୍‌କ୍ଷେପଣ ପୂର୍ବରୁ ତାଙ୍କର ଉତ୍କଣ୍ଠା ବଢିଥିଲା । ସେ କେବଳ ଉପରକୁ ଯିବାକୁ ଚାହୁଁଥିଲେ । ୩୦ଦିନରୁ ଅଧିକ ସମୟ କ୍ବାରେଣ୍ଟାଇନରେ ରହିବା ପରେ ମହାକାଶକୁ ଯିବା ପାଇଁ ସେ ବ୍ୟଗ୍ର ହୋଇ ପଡିଥିଲେ । ବାରମ୍ବାର ମିଶନ ସ୍ଥଗିତ ହୋଇଥିବାରୁ ସେ ଯାତ୍ରା ପାଇଁ ଉତ୍ସାହିତ ରହିଥିଲେ । ଏଥିସହ ଶୁଭାଂଶୁ ମହାକାଶକୁ ଏକ ଖେଳଣା ହଂସ ନେଇଛନ୍ତି ଯାହା ଭାରତୀୟ ସଂସ୍କୃତିରେ ଜ୍ଞାନର ପ୍ରତୀକ ।  


ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଅଭିମୁଖେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ତେବେ ତାଙ୍କର ଏହି ଯାତ୍ରାରେ Axiom Space X ରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ ଶୁଭାଂଶୁ ତାଙ୍କର ମହାକାଶ ଯାତ୍ରାର ରୋମାଞ୍ଚକର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି । ଶୁଭାଂଶୁ ଆକ୍ସିଅମ୍-୪ ମିଶନରେ ଗ୍ରୁପ୍ କ୍ୟାପଟେନ୍ । ତାଙ୍କ ସହିତ କ୍ରୁରେ କମାଣ୍ଡର ପେଗି ହ୍ୱିଟସନ୍ (ଆମେରିକା), ସ୍ଲାଭୋଜ୍ ଉଜ୍ଞାନସ୍କି-ୱିଶ୍ନିୱସ୍କି (ପୋଲାଣ୍ଡ) ଏବଂ ଟିବୋର୍ କାପୁ (ହଙ୍ଗେରୀ) ଅଛନ୍ତି। ତେବେ ଯାତ୍ରା ବେଳେ ଶୁଭାଂଶୁ ମହାକାଶରୁ ପ୍ରଥମ ବାର୍ତ୍ତା ପଠାଇଛନ୍ତି । ସେ କହିଛନ୍ତି ନମସ୍ତେ ମୋର ପ୍ରିୟ ଦେଶବାସୀ, ଏହା କି ଏକ ଯାତ୍ରା ଥିଲା । ୪୧ ବର୍ଷ ପରେ ଆମେ ପୁଣି ଥରେ ମହାକାଶକୁ ଯାତ୍ରା କରୁଛୁ । ଶୁଭାଂଶୁ ଶୁକ୍ଳା ଖୁସିରେ ISS ଅଭିମୁଖେ ଯାଉଛନ୍ତି । ତାଙ୍କର ଯାତ୍ରା ଅଭିଜ୍ଞତା ସମଗ୍ର ଭାରତକୁ ଗର୍ବରେ ଭରି ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶୁଭାଂଶୁ କହିଛନ୍ତି ଯେ ୩୦ ଦିନର କ୍ୱାରାଣ୍ଟାଇନ୍ ପରେ, ଲଞ୍ଚ ଦିନ ଡ୍ରାଗନ୍ କ୍ୟାପସୁଲ୍‌ରେ ବସି ମୁଁ କେବଳ ଭାବୁଥିଲି ଯେତେ ଶୀଘ୍ର ମୁଁ ମହାକାଶ ଯାତ୍ରା କରିବି । ଏବେ ମୁଁ ବହୁତ ଗର୍ବୀତ ଅନୁଭବ କରୁଛି । ମୋ କାନ୍ଧରେ ଥିବା ତ୍ରିରଙ୍ଗା, କହୁଥିଲା କି ସମସ୍ତ ଦେଶବାସୀ ମୋ ସହିତ ଅଛନ୍ତି । ଏହା ଭାରତର ମାନବ ମହାକାଶ ଯାତ୍ରା ପାଇଁ ଏକ ବଡ଼ ପଦକ୍ଷେପ। @Axiom_Space on X ରେ ଏକ ପୋଷ୍ଟରେ, ସେ ମାଇକ୍ରୋଗ୍ରାଭିଟିରେ ଉଡ଼ିବା ଓ ପୃଥିବୀର ସୌନ୍ଦର୍ଯ୍ୟ ଦେଖିବାର ମଜା ବାଣ୍ଟିଛନ୍ତି । ଶୁଭାଂଶୁ କହିଛନ୍ତି ଯେ ଏହା ମୋର ଯାତ୍ରା ନୁହେଁ । ବରଂ ଭାରତର ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ମହାକାଶଯାନ ISS ରୁ ୪୦୦ ମିଟର ଦୂରରେ ଅଛି ।

Sponsored
hello-everyone-namaskar-from-space-i-am-thrilled-to-be-here-with-my-fellow-astronauts-wow-what-a-ride-it-was-when-i-was-sitting-in-the-capsule-on-the-launchpad- | Argus News