Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦି, ଶାହଙ୍କୁ ଭେଟିଲେ ହେମନ୍ତ

National

ମୋଦି, ଶାହଙ୍କୁ ଭେଟିଲେ ହେମନ୍ତ

Rashmita Mishra
Browse all articles by Rashmita Mishra
·1 year ago
ମୋଦି, ଶାହଙ୍କୁ ଭେଟିଲେ ହେମନ୍ତ

 ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ। ଆସନ୍ତା 28 ତାରିଖରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ହେମନ୍ତ । ପତ୍ନୀ କଳ୍ପନା ସୋରେନଙ୍କ ସହ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି ।  ଏହାସହିତ ହେମନ୍ତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟି ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ । ବିଧାନସଭା ନିର୍ବାଚନରେ ମୋଟ ୮୧ଟି ଆସନରୁ ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚକୁ ୫୬ଟି ସିଟ୍ ମିଳିଛି । ପୁଣିଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ । ନିର୍ବାଚନରେ ଦଳର ବିଜୟ ପରେ ରବିବାର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ ସହ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ହେମନ୍ତ ସୋରେନ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hemant meets Modi, Shah | Argus News