Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହେମନ୍ତ ସୋରେନ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ

Ritu Das
Browse all articles by Ritu Das
·2 years ago·1 min read
ହେମନ୍ତ ସୋରେନ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ

ଅର୍ଗସ ବ୍ୟୁରୋ: ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଏହା ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି। ଓଡ଼ିଶା ମୟୂରଭଞ୍ଜର ଝିଅ ହେଉଛନ୍ତି କଳ୍ପନା ସୋରେନ। 

୨୦୦୬ ଫେବୃଆରୀ ୭ରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ କଳ୍ପନା। ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ତାଙ୍କ ବାପା-ମାଆ ରାଜନୈତିକ ପରିବାରର ନୁହନ୍ତି । ହେଲେ ହେମନ୍ତ ସୋରେନଙ୍କୁ ବିବାହ କରିବା ପରଠାରୁ ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କର ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଖେଳାଳି । ଏସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି। କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । ବିହାରରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ପତ୍ନୀ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hemant Soren | Argus News