Videos
|
National

ଜେଲ୍ ଗଲେ ହେମନ୍ତ ସୋରେନ

Smruti Parija
Browse all articles by Smruti Parija
·2 years ago·1 min read
ଜେଲ୍ ଗଲେ ହେମନ୍ତ ସୋରେନ

ଅର୍ଗସ ବ୍ୟୁରୋ:  ଜେଲ ଗଲେ ହେମନ୍ତ ସୋରେନ । କୋର୍ଟ ସୋରେନଙ୍କୁ ଗୋଟିଏ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛି । ଏହି ପ୍ରସଙ୍ଗରେ ପୁଣି ଶୁକ୍ରବାର ଶୁଣାଣି ହେବ । ଜମି ଦୁର୍ନୀତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ତାଙ୍କୁ ଗିରଫ କରିଥିଲା ।  

ଗତ 27 ତାରିଖରେ ଦିଲ୍ଲୀରେ ଇଡି ଆଗରେ ହାଜର ହେବାକୁ କହିଥିଲେ ବି ପହଞ୍ଚିନଥିଲେ ହେମନ୍ତ ସୋରେନ୍। ଗତ ସୋମବାରଠାରୁ ଆଉ ମିଳିନଥିଲା ତାଙ୍କର ପତ୍ତା। ଶେଷରେ ତାଙ୍କୁ ଧରିବାକୁ ଦିଲ୍ଲୀରୁ ନେଇ ରାଞ୍ଚି ଯାଏଁ ହେମନ୍ତ ସୋରେନଙ୍କ ବାସଭବନ ସମେତ 12ଟି ସ୍ଥାନରେ ହୋଇଥିଲା ଚଢ଼ାଉ। ଦିଲ୍ଲୀ ବାସଭବନରୁ ଜବତ ହୋଇଥିଲା ଏକ ବିଏମଡବ୍ଲୁ କାର୍ ସହ 36 ଲକ୍ଷ ଟଙ୍କା। ୟା ଭିତରେ ମଙ୍ଗଳବାର ଅପରାହ୍ନରେ ରାଞ୍ଚିରେ ପହଞ୍ଚିଥିଲେ ହେମନ୍ତ ସୋରେନ୍।

ନିଜ ଦଳର ନେତାଙ୍କ ସହ ବୈଠକ କରି ନୂଆ ରଣନୀତି ପ୍ରସ୍ତୁତ କରିଥିଲେ। ବୁଧବାର ଇଡିରେ ହାଜର ହେବାକୁ ଇଡିକୁ ଜଣାଇଥିଲେ। ଆଉ ବୁଧବାର ତାଙ୍କ ବାସଭବନରେ ହେମନ୍ତ ସୋରେନଙ୍କୁ 8 ଘଣ୍ଟା ଧରି ଜେରା କରିଥିଲା ଇଡି ଟିମ୍। ଇଡି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ହେମନ୍ତ ସୋରେନ୍। 

ତା ପରେ ସୁନିଶ୍ଚିତ ହୋଇଥିଲା ତାଙ୍କର ଗିରଫଦାରୀ। ତେବେ ତା ପୂର୍ବରୁ ବୁଧବାର ସଂଧ୍ୟାରେ ଇଡି ଟିମ୍ ହେପାଜତରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ୍। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

hemant-soren-sent-to-jail | Argus News