ଆସନ୍ତା 28ରେ ଶପଥ ନେବେ ହେମନ୍ତ ସୋରେନ୍
·1 year ago

ଅର୍ଗସ ବ୍ୟୁରୋ: ଆସନ୍ତା 28ରେ ଶପଥ ନେବେ ହେମନ୍ତ ସୋରେନ୍ । ଗତକାଲି ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବ ସହିତ ପୁନର୍ବାର ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଚଳିତ ନିର୍ବଚନରେ ଝାଡ଼ଖଣ୍ଡରେ ପୁଣି ବାଜି ମାରିଛି ଜେଏମ୍ଏମ୍। ପୁଣିଥରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହି ପାରନ୍ତି । ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ ଇଣ୍ଡି ମେଣ୍ଟର ନେତାମାନେ ସାମିଲ ହୋଇପାରନ୍ତି। ୮୧ଟି ଆସନ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମିଳିତ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ଟି ସିଟ ହାତେଇଛି। ବିଜେପି ନେତୃତ୍ବୀଧୀନ ଏନ୍ଡିଏକୁ ଝାଡ଼ଖଣ୍ଡରେ ୨୪ଟି ଆସନ ମିଳିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: