Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

News / ଏଇଠି ମୂଷା ଅଇଁଠା ଖାଇଲେ ପୂଣ୍ୟ ମିଳେ

Sudeshna Mishra
Browse all articles by Sudeshna Mishra
·1 year ago·5 min read
ଏଇଠି ମୂଷା ଅଇଁଠା ଖାଇଲେ ପୂଣ୍ୟ ମିଳେ
Devotion News

Key Points

ଶୌର୍ଯ୍ୟ ଓ ପରାକ୍ରମର ଅଧିଷ୍ଠାତ୍ରୀ ଦେବୀ ମା ଜଗଦମ୍ଭାଙ୍କ ଆସ୍ଥାର କେନ୍ଦ୍ର ଏହି ଶକ୍ତିପୀଠ।ରାଜସ୍ଥାନର ଏହି ମରୂଭୁମିରେ ଶ୍ରଦ୍ଧା ଓ ଶୌର୍ଯ୍ୟର କାହାଣୀରେ ପରିପୂର୍ଣ ଏମିତି ତୀର୍ଥସ୍ଥଳ ବି ଅଛି ଯେଉଁଠି ମାତୃଭୁମି ପାଇଁ ଆସ୍ଥା ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ନତମସ୍ତକ ହୁଅନ୍ତି। ତେବେ ସେ ଜୈସଲମେରରେ ତନୋଟ ମାତା ମନ୍ଦିର ହେଉ କି ବିକାନେରରେ ବିରାଜମାନ କରଣୀ ମାତା ମନ୍ଦିର।

ରାଜସ୍ଥାନର ବିକାନେରରୁ ୩୦ କିଲୋମିଟର ଦୁର ଦେଶନୋକ ସହର ନିକଟରେ ଅବସ୍ଥିତ ପ୍ରସିଦ୍ଧ ଦେବୀ ପୀଠ-କରଣୀ ମାତାଙ୍କ ପବିତ୍ର ମନ୍ଦିର।ସେଦିନ ଏଠି ପୀଠ ସାକ୍ଷୀ ଥିଲା ଏକ ବିଶେଷ ଦୃଶ୍ୟର। ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ମନ୍ଦିରରେ ପଦାର୍ପଣ କଲେ ମାଙ୍କ ଆର୍ଶୀବାଦ ପାଇଁ। ଏହା କେବଳ ଗୋଟିଏ ଧାର୍ମିକ ଯାତ୍ରା ନୁହେଁ, ଏହା ଥିଲା ଏକ ଆଧ୍ୟାତ୍ମିକ ଓ ରାଷ୍ଟ୍ରୀୟ ଉଦ୍ଦେଶ୍ୟର ସମନ୍ବୟ।

ଅପରେଶନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତରେ ପହଂଚିଲେ। ବଡ଼ ଅପରେଶନ ପରେ ପ୍ରଥମ ଥର ପାଇଁ ପିଏମ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ଏହି ସମୟରେ ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ-ଭଜନଲାଲ ଶର୍ମା ମଧ୍ୟ ଶାମିଲ ଥିଲେ। ପିଏମ ରାଜସ୍ଥାନକୁ ବହୁତ ବଡ଼ ଭେଟି ଦେଇଛନ୍ତି,ଶକ୍ତି ଧାମରେ ଥାଇ ଏହିଠାରୁ ହିଁ ଶତ୍ରୁକୁ ସନ୍ଦେଶ ଦେଇଛନ୍ତି। ତେବେ ଏହି ମନ୍ଦିର କାହିଁକି ଏତେ ଖାସ, କଣ ଏହାର ଇତିହାସ...ଆପଣ ବି ଦର୍ଶନ କରନ୍ତୁ ଅଦଭୁତ ପରମ୍ପରା ସମ୍ପନ୍ନ ଏହି ମନ୍ଦିର ଯାହାକୁ ଚୁହେ ଓ୍ବାଲି ମାତାବି କୁହାଯାଏ।


ଦେଖନ୍ତୁ ଏଠାରେ
ଶ୍ରଦ୍ଧା ଓ ଶକ୍ତିର ଚିହ୍ନ-କରଣୀ ମାତା ମନ୍ଦିର | Karni Mata Temple

ଶୌର୍ଯ୍ୟ, ସିନ୍ଦୁର ଓ ଶକ୍ତି

ରାଜସ୍ଥାନ ଅର୍ଥାତ ମହାରାଣା ପ୍ରତାପଙ୍କ ଭଳି ବୀରପୂରୁଷଙ୍କୁ ଜନ୍ମ ଦେଇଥିବା ସେହି ପବିତ୍ରଭୁମି, ଯେଉଁଠି ମାଇଲ-ମାଇଲ ବାଟ ଯାଏଁ ଲମ୍ଭିଥିବା ବାଲିର ସମୁଦ୍ରରେ ଦେଶଭକ୍ତିର ବାସନା ସ୍ପଷ୍ଟ ବାରି ହୁଏ।

ଶୌର୍ଯ୍ୟ ଓ ପରାକ୍ରମର ଅଧିଷ୍ଠାତ୍ରୀ ଦେବୀ ମା ଜଗଦମ୍ଭାଙ୍କ ଆସ୍ଥାର କେନ୍ଦ୍ର ଏହି ଶକ୍ତିପୀଠ।ରାଜସ୍ଥାନର ଏହି ମରୂଭୁମିରେ ଶ୍ରଦ୍ଧା ଓ ଶୌର୍ଯ୍ୟର କାହାଣୀରେ ପରିପୂର୍ଣ ଏମିତି ତୀର୍ଥସ୍ଥଳ ବି ଅଛି ଯେଉଁଠି ମାତୃଭୁମି ପାଇଁ ଆସ୍ଥା ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ନତମସ୍ତକ ହୁଅନ୍ତି। ତେବେ ସେ ଜୈସଲମେରରେ ତନୋଟ ମାତା ମନ୍ଦିର ହେଉ କି ବିକାନେରରେ ବିରାଜମାନ କରଣୀ ମାତା ମନ୍ଦିର।କରଣୀ ମାତା ଶକ୍ତିସ୍ବରୂପିଣୀ ମା ଦୂର୍ଗାଙ୍କ ଅବତାର।

ଏମିତି ମାନ୍ୟତା ଅଛି କି ଯବାନ ଏଠାରେ ପୋଷ୍ଟିଙ୍ଗକୁ ଯିବା ପୂର୍ବରୁ ମାଙ୍କ ଦର୍ଶନ କରନ୍ତି ଓ ତାଙ୍କ ଆର୍ଶୀବାଦ ନେଇଥାନ୍ତି। ନିକଟରେ ଦେଶର ବୀର ଯବାନମାନେ ଅପରେଶନ ସିନ୍ଦୁର ଜରିଆରେ ଶତ୍ରୁ ଦେଶ ଉପରେ ପ୍ରଚଣ୍ଡ ପ୍ରହାର କରିବା ସହ ନିଜର ଜୌହର ବା ବୀରତ୍ବର ପ୍ରର୍ଦଶନ କରିଛନ୍ତି। ଭାରତ-ପାକିସ୍ତାନ ସୀମାରୁ କିଛି କିମିର ଦୁରତାରେ ଥିବା ଦେଶନୋକରେ ମାଙ୍କର ଏହି ଶକ୍ତିପୀଠ ଅବସ୍ଥିତ।

କରଣୀ ମନ୍ଦିରକୁ ମୁଷିକ ମନ୍ଦିର କୁହାଯାଏ। ଏହା ଦୁନିଆର ଏମିତି ଏକ ମନ୍ଦିର ଯେଉଁଠି ମୁଷା ମାନଙ୍କୁ ଦେବତୁଲ୍ୟ ଭାବି ପୂଜା କରାଯାଏ। ପରିଚୟ ପାଇଁ ଏମାନେ ମୂଷା କିନ୍ତୁ ଏଠାରେ ଏମାନଙ୍କୁ କାବା କୁହାଯାଏ। ଯେଉଁମାନେ ୨୫୦୦ରୁ ଅଧିକ ସଂଖ୍ୟାରେ ଏଠାରେ ପୁଜା ପାଆନ୍ତି। ୧୦୦ମୁଷା ଲାଗି ଗଲେ ଚାଷ-ବାଷ ନଷ୍ଟ କରି ଦେବେ ହେଲେ ଏଠି ଏମାନେ ମନ୍ଦିରରେ ପଂଚାମୃତ, ପ୍ରସାଦ ପାଣି ଛଡ଼ା ଆଉ କିଛି ଗ୍ରହଣ କରନ୍ତିନି।

ବର୍ଡରରେ ଥିବା ସୈନିକ ବିଶେଷକରି ରବିବାରକୁ ଏଠାରେ ମାତାଙ୍କ ଦର୍ଶନ କରିବା ପାଇଁ ଆସନ୍ତି। ଏହିଠାରୁ ୪୦-୫୦ କିମି ଦୁର ଭାରତର ସୀମା ସେପାଖେ ବାହାବଲପୁର ଅଛି ଯେଉଁଠାରେ ଜୈଶର ଠିକଣା ଥିଲା ଯାହାକୁ ଭାରତୀୟ ବାୟୁସେନା ମାଟିରେ ମିସାଇଦେଇଛି, ଅପରେଶନ ସିନ୍ଦୂର ସମୟରେ।
ମା କରଣୀଙ୍କୁ ଶକ୍ତିର ଦେବୀ କୁହାଯାଏ, ଭାରତୀୟ ଯବାନ ମାଙ୍କ ଉପରେ ସଦାବେଳେ ଆସ୍ଥା ରଖିଥାନ୍ତି। ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସର ଯୋଦ୍ଧା ମାନେ ମାଙ୍କୁ ନିଜ କୂଳଦେବୀ ଭାବେ ପୂଜାର୍ଚ୍ଚନା କରନ୍ତି। ଦୁଇଟି ରାଜପୂତାନା ରାଇଫଲ୍ସର ଯୋଦ୍ଧା ବିଜୟନ ଥାପର କାରଗିଲ ଯୁଦ୍ଧ ରଣାଙ୍ଗନକୁ ଯିବା ପୂର୍ବରୁ ପରିବାରକୁ ଲେଖିଥିବା ନିଜ ଶେଷ ଚିଠିରେ କରଣୀ ମାତାଙ୍କ ଉଲ୍ଲେଖ କରିଥିଲେ।

ଏହି ଚିଠି ଲେଖି କ୍ୟାପଟେନ ବିଜୟନ ଥାପର ଯୁଦ୍ଧଭୂମିକୁ ଚାଲିଗଲେ, ଆଉ ଫେରିଲେ ନାହିଁ। ଯବାନମାନେ ଏଠାରେ ମାଙ୍କ ଉଦଘୋଷ କରିବା ମାତ୍ରେ ତାଙ୍କ ଶରୀରରେ ପ୍ରବଳ ଶକ୍ତି ଆସେ, ଯାହା ପରେ ଯୁଦ୍ଧକୁ ଯାଆନ୍ତି ଆଉ ନିଶ୍ଚିତ ଯୁଦ୍ଧ ବିଜୟ ହୋଇ ଫେରନ୍ତି।ସେହି କାରଣରୁ ଯୁଦ୍ଧ ପରେ ଅସ୍ତ୍ରବିରତି ଓ ଏହାପରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ମା କରଣୀଙ୍କ ଦୁଆରେ ଆର୍ଶୀବାଦ ନେବା ପାଇଁ ପହଂଚିଗଲେ। ବର୍ଷ-ବର୍ଷ ଧରି ଏହି ଧାମରେ ଭକ୍ତି ଓ ଶକ୍ତିର ଏକ ଅଦଭୂତ ସଙ୍ଗମ ଦେଖିବାକୁ ମିଳେ।

ଦେଶନୋକର ଏହି ମନ୍ଦିରରେ ମୁଷା ମାନଙ୍କ ଏକ ଅଦଭୁତ ସଂସାର ଅଛି। ସଂସାରରେ ମଣିଷ ଓ ଅନ୍ୟ ଜୀବ ମାନଙ୍କ ସହ ଅସ୍ତିତ୍ବର ଏକ ଅନନ୍ୟ ଉଦାହରଣ ହେଉଛି କରଣୀ ମାତାଙ୍କ ଏହି ମନ୍ଦିର। ଏଠାରେ ନିର୍ଭୟରେ ମୂଷା ମାନଙ୍କ ଏଭଳି ବିଚରଣ କାରଣରୁ କରଣୀ ମାତା ମନ୍ଦିରକୁ ଦୁନିଆର ସବୁଠାରୁ ଅଦଭୁତ ଦେବ ସ୍ଥାନ ମଧ୍ୟରେ ଗଣାଯାଏ।

ଭକ୍ତଙ୍କ କହିବା କଥା ଏଠାରେ ମୁଷା ମାନଙ୍କୁ କାବା ଭାବେ ପୂଜା କରାଯାଏ ଯାହାର ଅର୍ଥ ହେଉଛି ସନ୍ତାନ, ଏଠାରେ ଧଳା ମୁଷାର ଦର୍ଶନ ମିଳିଲେ ମା କରଣୀଙ୍କ କୃପାଲାଭ ହୁଏ ବୋଲି ବିଶ୍ବାସ ରହିଛି। ଏଭଳି ମାନ୍ୟତା ରହିଛି କି ମୁଷା ମାନେ ଏହି ପ୍ରସାଦ ଅଇଁଠା କରିବା ପରେ ହି ଭକ୍ତଙ୍କୂ ଏହା ଆର୍ଶୀବାଦ ଭାବେ ଦିଆଯାଏ, ପ୍ରସାଦ ଗ୍ରହଣ କରିବା ପରେ ଭକ୍ତଙ୍କ ମନସ୍କାମନା ପୂଣ ହେବା ସହ ଆରୋଗ୍ୟ ଲାଭ ହେବାର ବି ମାନ୍ୟତା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଭଳି ମାନ୍ୟତା ଅଛି କି ଏଠାରେ ଚାରଣ ସମୁଦାୟରେ ଯେଉଁମାନଙ୍କ ମୃତ୍ୟୁ ହୁଏ ସେମାନେ କାବା ବନିଯାଆନ୍ତି, କାବାଙ୍କୁ ବି ତାଙ୍କ କର୍ମ ଅନୁସାର ଏଠି ସ୍ଥାନ ମିଳେ, ଭଲ କର୍ମ କରୁଥିବା ମଣିଷ ମାଙ୍କ ଦରବାରରେ କାବା ବନେ, ଓ ମନ୍ଦ କର୍ମ କରିଥିବା ମଶିଷ ମନ୍ଦିର ପରିସରରେ ଏଠି-ସେଠି ବୁଲୁଥାଏ।

ଏମିତି ଅନେକ ଆଶଚ୍ୟରେ ଭରି ରହିଛି କରଣୀ ମାତାଙ୍କ ଏହି ମନ୍ଦିର, ଯାହା କୋଟି-କୋଟି ଭକ୍ତଙ୍କ ପାଇଁ ଆସ୍ଥାର କେନ୍ଦ୍ର ବନିପାରିଛି। ଏହି ମନ୍ଦିରରେ ଏମିତି ଅନେକ ରହସ୍ୟ ଅଛି ଯାହା ଆଶ୍ଚର୍ଯ୍ୟ କରୁଛି, ହଜାର-ହଜାର ମୁଷା କେଉଁଠୁ ଆସିଲେ, ମନ୍ଦିରର ଚାରିପଟେ ମୁଷା ଗାତ ଭରି ରହିଛି କିନ୍ତୁ ମନ୍ଦିରକୁ କୌଣସି କ୍ଷତି ହେଉନାହିଁ କେମିତି? ମୁଷାଙ୍କ ଯୋଗୁ କିଛି ରୋଗ ବ୍ୟାପୁନାହିଁ କେମିତି?

କରଣୀ ମାତା କିଏ?

ଯେତେ ଅଦଭୁତ କରଣୀ ମା, ସେମିତି ଅଲୌକିକ ତାଙ୍କ କାହାଣୀ।କୁହାଯାଏ ମା କରଣୀଙ୍କ ଜନ୍ମ ୧୩୮୭ରେ ଚାରଣ ପରିବାରରେ ହେଇଥିଲା, ପିଲାବେଳେ ତାଙ୍କୁ ରିଘୁବାଇ ନାମରେ ଡକାଯାଏ।

ତାଙ୍କ ବିବାହ ସାଠିକା ଗାଁର କିପୋଜି ଚାରଣଙ୍କ ସହ ହେଲା, ପରେ ମା ଭକ୍ତି ରସରେ ବୁଡ଼ି ଗୃହସ୍ଥ ଜୀବନ ତ୍ୟାଗ କଲେ। କୁହାଯାଏ ମା ୧୫୧ବର୍ଷ ଯାଏ ବଂଚିଥିଲେ। ପୁଜଙ୍କକ କହିବା କଥା କରଣୀ ମା ଆବଢ଼ ମାତାଙ୍କ ଅବତାର, ଯେଉଁ ସ୍ଥାନରେ ମାତା ଦେହତ୍ୟାଗ କରିଛନ୍ତି ସେହି ସ୍ଥାନରେ ଆଜି ମାତାଙ୍କ ମନ୍ଦିର ଅବସ୍ଥିତ।

ମାନ୍ୟତା ଏହା ବି ରହିଛି କି କରଣୀ ମାତା ୧୪ଶ ଶତାବ୍ଦୀର ଏକ ମହାନ ତପସ୍ବିନୀ ଥିଲେ, ଯାହାଙ୍କୁ ମା ଦୁର୍ଗାଙ୍କ ଅଂଶ ଭାବେ ମନାଯାଏ। ସେ ନ୍ୟାୟ, ଶକ୍ତି ଓ ଶ୍ରଦ୍ଧାର ପ୍ରତୀକ ଥିଲେ। ଏକ ଦ୍ବିତୀୟ ବିଶ୍ବାସ ଅନୁଯାୟୀ, କରଣୀ ମାତା ଯମଦେବଙ୍କ ନିକଟରେ ଅନୁରୋଧ କରିଥିଲେ ଯେ ତାଙ୍କର ଜଣେ ଉତ୍ତରପୁତ୍ରଙ୍କୁ ପୁନର୍ଜୀବନ ଦିଆଯାଉ।

ଯମ ଅଗ୍ରାହ୍ୟ କରିବା ପରେ, କରଣୀ ମାତା ଘୋଷଣା କରିଥିଲେ ଯେ ତାଙ୍କ ବଂଶର ଲୋକମାନେ ପୁନର୍ଜନ୍ମ ନେବେ କିନ୍ତୁ ମାନବ ଭାବେ ନୁହେଁ-ଏହି ମନ୍ଦିରରେ ଥିବା ନିବାସୀ ଧାର୍ମିକ ମୂଷା ଭାବେ ଜନ୍ମ ନିଅନ୍ତି।

ମନ୍ଦିରର ପୂଜକଙ୍କ କହିବା କଥା, ଏତେ ଅଧିକ ସଂଖ୍ୟକ ମୂଷା ଏଠାରେ ଥିବା ସତ୍ବେ ଏଠାରେ ମାହାମାରୀ ହୁଏନାହିଁ।ମୁଷାଙ୍କ କାରଣରୁ ଏଠି କେବେ ପ୍ଲେଗ ହୋଇନାହିଁ ବରଂ ଗୁଜରାଟରୁ ପ୍ଲେଗ ମୂଷା ଏଠାକୁ ଆସି ଠିକ ବି ହୋଇଛନ୍ତି।

ମୁଷିକମାନଙ୍କ ସହ ମନ୍ଦିରରେ ଏହି ଚମତ୍କାର ୧୯୯୪ରୁ ଦେଖିବାକୁ ମିଳିଛି ଯେବେ ଗୁଜରାଟରେ ପ୍ଲେଗ କାୟା ବିସ୍ତାର କରି ମାହାମାରୀ ରୁପ ନେଇଥିଲା ଯାହାର ପ୍ରଭାବ ରାଜସ୍ଥାନର ସୀମାର୍ବତୀ ଅଂଚଳରେ ଦେଖିବାକୁ ମିଳିଲା, ଶହ-ଶହ ମୁଷା ବିକାନେରର ଏହି ମନ୍ଦିର ଯାଏଁ ଆସିଯାଇଥିଲେ। କିନ୍ତୁ ମନ୍ଦିର ପ୍ରଶାସନଙ୍କ କହିବା କଥା ପ୍ଲେଗ ଏଠାରେ ବ୍ୟାପେ ନାହିଁ ବରଂ ଯେଉଁ ମୁଷା ଏଠାକୁ ଆସିଥିଲେ ସେମାନେ ବି ସୁସ୍ଥ ହୋଇଗଲେ।

ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ଅର୍ଥ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ଅନେକାଂଶରେ ଗୁରୁତ୍ବପୂର୍ଣ୍ଣ। ସେ କେବଳ ଧାର୍ମିକ ଶ୍ରଦ୍ଧା ପ୍ରକାଶ କରିନଥିଲେ, ସେ ଦେଶର ସଂସ୍କୃତି ଓ ଐତିହ୍ୟର ମୂଲ୍ୟ ବୁଝାଇଲେ। ତାଙ୍କ କହିବା କଥା: "ଭାରତର ଅଗ୍ରଗତି କେବଳ ଅର୍ଥନୈତିକ ନୁହେଁ, ଆମ ସଂସ୍କୃତି ଓ ଆତ୍ମା ବି ଆଗକୁ ବଢ଼ିବା ଉଚିତ।"କରଣୀ ମାତା ମନ୍ଦିର ପ୍ରମାଣିତ କରେ ଯେ ଆସ୍ଥା, ଶ୍ରଦ୍ଧା ଓ ଐତିହ୍ୟ ଆଜି ବି ଆମ ଦେଶର ନୀତି ଓ ନେତୃତ୍ବକୁ ପ୍ରଭାବିତ କରୁଛି।

ପ୍ରଧାନମନ୍ତ୍ରୀଙ୍କ ଏହି ଦର୍ଶନ ଗୋଟିଏ ସନ୍ଦେଶ ଦେଉଛି କି ଆଗକୁ ଚାଲିବା ପାଇଁ ଆମେ ଭବିଷ୍ୟତକୁ ଦେଖିବା ଦରକାର, କିନ୍ତୁ ଆତ୍ମା ହେଉଛି ଆମ ଐତିହ୍ୟରେ।

Related Topics

Explore more stories

Sponsored
ଏଇଠି ମୂଷା ଅଇଁଠା ଖାଇଲେ ପୂଣ୍ୟ ମିଳେ | Argus News