Videos
|
National

ଏଠି ଠାକୁର ପିଅନ୍ତି ମଦ, ଭକ୍ତଙ୍କ ହୁଏ ମନସ୍କାମନା ପୂରଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏଠି ଠାକୁର ପିଅନ୍ତି ମଦ, ଭକ୍ତଙ୍କ ହୁଏ ମନସ୍କାମନା ପୂରଣ

Key Points

ପାଷାଣରେ ନିର୍ମିତ ଦେବତା ଦିନକୁ ପିଇ ଯାଉଛନ୍ତି ଶହ ଶହ ଲିଟର ମଦ । ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ରହିଛି ଏହି ଅଦ୍ଭୁତ ମନ୍ଦିର । ଏଠାରେ ଅବସ୍ଥିତ ବାବା କାଳଭୈରବଙ୍କ ମନ୍ଦିର ।

ଭାରତୀୟ ସଂସ୍କୃତିରେ ମନ୍ଦିରର ଭିନ୍ନ ମାନ୍ୟତା ରହିଛି । ଜୀବନର ଖୁସିର ମୁହୂର୍ତ୍ତ ହେଉ ବା ଦୁଃଖର, ଅନେକ ଲୋକ ମନ୍ଦିରକୁ ଯାଇ ଈଶ୍ୱରଙ୍କୁ ସବୁ କଥା ଜଣାଇଥାନ୍ତି । ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଯିବା ସହ ଭଗବାନଙ୍କୁ ପ୍ରସାଦ ଅର୍ପଣ କରିଥାନ୍ତି । ସାଧାରଣତଃ ଭଗବାନଙ୍କୁ ମନ୍ଦିରରେ ନଡ଼ିଆ, ଉଖୁଡା ଓ ଫଳମୂଳ ଆଦି ବିଭିନ୍ନ ପ୍ରକାରର ପ୍ରସାଦ ଅର୍ପଣ କରିଥିବାର ଦେଖିବାକୁ ମିଳିଥାଏ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଅପଣ ଜାଣିଛନ୍ତି କି ଭାରତରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଠାକୁରଙ୍କ ପାଖରେ ଲାଗି ହୁଏ ଭଳି କି ଭଳି ମଦ ଭୋଗ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାଷାଣରେ ନିର୍ମିତ ଦେବତା ଦିନକୁ ପିଇ ଯାଉଛନ୍ତି ଶହ ଶହ ଲିଟର ମଦ । ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ରହିଛି ଏହି ଅଦ୍ଭୁତ ମନ୍ଦିର । ଏଠାରେ ଅବସ୍ଥିତ ବାବା କାଳଭୈରବଙ୍କ ମନ୍ଦିର ।



ଉଜ୍ଜୈନର ଶେଷ ଭାଗରେ ସିପ୍ରାନଦୀ କୂଳରେ ବିରାଜମାନ ଅଛନ୍ତି ବାବା କାଳଭୈରବ । ପୌରାଣିକ ମତ ଅନୁସାରେ ବାବା କାଳଭୈରବ ହେଉଛନ୍ତି ଉଜ୍ଜୈନରେ ଥିବା ମହାଦେବ ମହାକାଳେଶ୍ଵରଙ୍କ ଦ୍ଵାରପାଳ । ବାବା କାଳଭୈରବ ଉଜ୍ଜୈନ ସହରକୁ ସୁରକ୍ଷା ଦେଉଥିବା ଲୋକେ ବିଶ୍ୱାସ କରନ୍ତି । ସାରା ଭରତ ବର୍ଷରେ ବାବା କାଳଭୈରବଙ୍କ ମନ୍ଦିର ସ୍ଵତନ୍ତ୍ର ଆକର୍ଷଣ ରହିଛି । କାଳ ଭୈରବଙ୍କୁ ଦୈତ୍ୟଙ୍କ ଦେବତା ବୋଲି ମଧ୍ୟ ବିବେଚନା କରାଯାଏ । ସେଥିପାଇଁ ତାଙ୍କ ଠାରେ ମଦ ଭୋଗ ଲାଗିହୁଏ । ମନ୍ଦିରରେ ମଦ ଭୋଗ ଲଗାଇବାର ପ୍ରଥା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି।



ଭାରତର କୋଣ ଅନୁକୋଣରୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ମନ୍ଦିରକୁ ଆସିଥାନ୍ତି, ଏଠାକୁ ଆସୁଥିବା ପ୍ରତେକ ଶ୍ରଦ୍ଧାଳୁ ଫୁଲ ସହିତ ଗୋଟିଏ ଗୋଟିଏ ମଦ ବୋତଲ ନେଇ ବାବାଙ୍କୁ ପ୍ରସାଦ ଭାବରେ ଚଢାଇଥାନ୍ତି । ଏହି ମନ୍ଦିରରେ ପ୍ରତିଦିନ ପ୍ରାୟ ୨୦୦୦ ବୋତଲ ମଦ ଅର୍ପଣ କରାଯାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭଗବାନ କାଳ ଭୈରବଙ୍କ ମୂର୍ତ୍ତି ମଦ୍ୟପାନ ମଧ୍ୟ କରନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟର ଖୁଲାସା କରିପାରିନାହାନ୍ତି ।



ଦୈନିକ ସହ ସହ ଲିଟର ମଦ, ବାବା ଏଠାରେ ପିଇ ଯାଉଥିବା ଦେଖିବାକୁ ମିଳିଥାଏ । ଶ୍ରଦ୍ଧାଳୁ ମାନେ ଶ୍ରଦ୍ଧା ଆଉ ଭକ୍ତିରେ ବାବା କାଳଭୈରବଙ୍କୁ ମଦ ପିଆଇଥାନ୍ତି । ସେଥିପାଇଁ ଉଜ୍ଜୈନ ଜିଲ୍ଲା ପ୍ରଶାନ ପକ୍ଷରୁ ବାବାଙ୍କ ମନ୍ଦିର ନିକଟରେ ଏକ ମଦ ଦୋକାନ ଖୋଲାଯାଇଛି ।



ବାବାଙ୍କୁ ମଦ ପ୍ରସାଦ ଭାବରେ ଚଢାଇ ମାନସିକ କଲେ ମନୋକାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଲୋକମାନେ ବିଶ୍ବାସ ଆଉ ଭକ୍ତିରେ ବାବାଙ୍କ ନିକଟରେ ମଦକୁ ପ୍ରସାଦ ଭାବରେ ଚଢାଇଥାନ୍ତି । ସାରା ଭାରତ ବର୍ଷରେ ଏହା ଏକମାତ୍ର ମନ୍ଦିର ଯେଉଁଠି ଠାକୁରଙ୍କ ପାଖରେ ମଦ ପ୍ରସାଦ ଭାବରେ ଲାଗିକରାଯାଇଥାଏ । ସେଥିପାଇଁ ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଉତ୍କଣ୍ଠାର ସହିତ ଏଠାକୁ ଆସି ମଦକୁ ପ୍ରସାଦ ଭାବରେ ଲଗାଇଥାନ୍ତି ।