Videos
|
National

Child Rescue / ଦ୍ୱିତୀୟ ମହଲାରୁ ଖସୁଥିଲା ୫ ବର୍ଷର ଶିଶୁ ହାତ ବଢ଼ାଇ ଧରିଲେ ଯୁବକ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଦ୍ୱିତୀୟ ମହଲାରୁ ଖସୁଥିଲା ୫ ବର୍ଷର ଶିଶୁ ହାତ ବଢ଼ାଇ ଧରିଲେ ଯୁବକ
Child Rescue

Key Points

ଦ୍ୱିତୀୟ ମହଲାରୁ ଖସିଲା ଶିଶୁ ଦେବଦୂତ ସାଜିଲେ ଯୁବକ ।
ମୃତ୍ୟୁ ମୁହଁରୁ ଫେରିଲା ଶିଶୁ ଜୀବନ ବଞ୍ଚାଇଲେ ଯୁବକ ।
ଦ୍ୱିତୀୟ ମହଲାରୁ ଖସୁଥିଲା ୫ ବର୍ଷର ଶିଶୁ ହାତ ବଢ଼ାଇ ଧରିଲେ ଯୁବକ ।
ବିଦ୍ୟୁତ୍ ତାରରେ ପିଟିହେଲା ଶିଶୁ ତଳେ ଧରିନେଲେ ସାହସୀ ଯୁବକ । 

ସୋସିଆଲ ମିଡିଆରେ ଏବେ ଏକ ଚମତ୍କାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଯୁବକଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି । ଦ୍ୱିତୀୟ ମହଲାର ବାଲକୋନିରୁ ଖସିପଡ଼ୁଥିବା ଜଣେ ୫ ବର୍ଷର ଶିଶୁକୁ ଠିକ୍ ସମୟରେ ଧରି ତା’ର ଜୀବନ ବଞ୍ଚାଇଛନ୍ତି ଜଣେ ଯୁବକ । ଏହି ଘଟଣା ଇଜିପ୍ଟର ଗିଜା ସହରର ଅର୍ଦ ଅଲ୍-ଲିୱା ଅଞ୍ଚଳର ବୋଲି କୁହାଯାଉଛି ।

ଶିଶୁର ଚିତ୍କାର ଶୁଣି ଦୌଡ଼ି ଆସିଲେ ଯୁବକ
ଭାଇରାଲ୍ ଭିଡିଓ ଅନୁଯାୟୀ, ଅହମ୍ମଦ ରାଗାବ ନାମକ ଜଣେ ଯୁବକ ଏକ ଦୋକାନ ନିକଟରେ ଉପସ୍ଥିତ ଥିଲେ । ହଠାତ୍ ତାଙ୍କୁ ଆଖପାଖରୁ ଲୋକଙ୍କ ଚିତ୍କାର ଏବଂ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକୁ ମିଳିଥିଲା । ଶବ୍ଦ ଆସୁଥିବା ଦିଗକୁ ଦେଖିବା ବେଳେ ସେ ଦ୍ୱିତୀୟ ମହଲାର ବାଲକୋନିରୁ ଏକ ଶିଶୁ ତଳକୁ ଖସିପଡ଼ୁଥିବା ଦେଖିଥିଲେ । ଏହା ଦେଖି ଅହମ୍ମଦ ଆଦୌ ବିଳମ୍ବ ନକରି ଶିଶୁଟିକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ । ଠିକ୍ ସମୟରେ ହାତ ବଢ଼ାଇ ଶିଶୁଟିକୁ ଧରି ପକାଇଥିଲେ । ତାଙ୍କର ଏହି ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିଲା ।

ବିଦ୍ୟୁତ୍ ତାରରେ ପିଟି ହୋଇଥିଲା ଶିଶୁ
ଭିଡିଓରେ ଦେଖିବାକୁ ମିଳୁଛି ଯେ, ତଳକୁ ଖସିବା ସମୟରେ ଶିଶୁଟି ବିଦ୍ୟୁତ୍ ତାରରେ ବାଡ଼େଇ ହୋଇଯାଇଥିଲା । ଏହା ଫଳରେ ଶିଶୁର ଖସିବା ବେଗ କିଛି ମାତ୍ରାରେ କମିଯାଇଥିଲା । ଏହି ସୁଯୋଗରେ ଅହମ୍ମଦ ଶିଶୁଟି ତଳେ ପଡ଼ିବା ପୂର୍ବରୁ ତାକୁ ଧରିବାରେ ସଫଳ ହୋଇଥିଲେ । ଘଟଣା ପରେ ଆଖପାଖରେ ଥିବା ଲୋକମାନେ ତୁରନ୍ତ ସେଠାରେ ପହଞ୍ଚି ଶିଶୁଟିର ଯତ୍ନ ନେଇଥିଲେ । ଭିଡିଓରେ ଯୁବକ ଓ ଶିଶୁଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଥିବା ଦେଖାଯାଉଛି ।

ନିଜ ସୁରକ୍ଷା କଥା ଚିନ୍ତା ନକରି ବଞ୍ଚାଇଲେ ଜୀବନ
ଘଟଣା ପରେ ଅହମ୍ମଦ ରାଗାବ କହିଛନ୍ତି ଯେ, ସମଗ୍ର ଘଟଣା ଏତେ ହଠାତ୍ ଘଟିଥିଲା ଯେ ନିଜ ସୁରକ୍ଷା ବିଷୟରେ ଭାବିବା ପାଇଁ ତାଙ୍କୁ ସମୟ ମିଳିନଥିଲା । ଶିଶୁଟି ତଳକୁ ଖସୁଥିବା ଦେଖିବା ମାତ୍ରେ ସେ ତାକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ । ସେହି ସମୟରେ ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା ଶିଶୁଟି ଯେପରି ଭୂମିରେ ପଡ଼ି ଆଘାତ ନପାଏ ।

ଅହମ୍ମଦଙ୍କ ଏହି ସାହସିକ ପଦକ୍ଷେପ ଏକ ନିରୀହ ଶିଶୁର ଜୀବନ ବଞ୍ଚାଇବାରେ ସହାୟକ ହୋଇଛି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହେଉଛି ଏବଂ ଲୋକମାନେ ଯୁବକଙ୍କ ମାନବିକତା, ସାହସ ଓ ଉପସ୍ଥିତ ବୁଦ୍ଧିକୁ ଖୁବ୍ ପ୍ରଶଂସା କରୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: